ମହାନଦୀ ମହାସଂଗ୍ରାମ : ଆଜିଠାରୁ ବିଜେଡ଼ିର ୧୦ ଦିନିଆ ଅଭିଯାନ

0
898
naveen patnaik
naveen patnaik

ଭୁବନେଶ୍ୱର: ମହାନଦୀର ସୁରକ୍ଷା ତଥା ଛତିଶଗଡ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଆଜି ଠାରୁ ବିଜେଡି ପକ୍ଷରୁ ଅଭିଯାନ ଆରମ୍ଭ ହେଉଛି ।

ଆଜିଠାରୁ ଆରମ୍ଭ ହେଉଛି ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ । ଛତିଶଗଡ଼-ଓଡ଼ିଶା ସୀମାନ୍ତ ଶୁଖାସୋଡ଼ାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଅଭିଯାନ ଆରମ୍ଭ କରିବେ । ଏହା ସହ ବରଗଡ଼ର ଅମ୍ବାଭୋନା ବ୍ଲକର ଚିଖିଲିଠାରେ ମଧ୍ୟ ଅନ୍ୟ ଏକ ସମାବେଶରେ ଯୋଗ ଦେବେ ନବୀନ । ଏହି ଅଭିଯାନ ୧୫ଟି ଜିଲ୍ଲା ଦେଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ନବୀନଙ୍କ ଯୋଗଦାନ ଅଭିଯାନରେ ସାମିଲ ନେତା ଓ କର୍ମୀମାନଙ୍କୁ ଉତ୍ସାହିତ କରିବ ବୋଲି ବିଜେଡ଼ି ଆଶା କରିଛି ।