ମହିଳା ଚାଷୀଙ୍କୁ ଦିଆଯିବ ସ୍ମାର୍ଟ ଫୋନ : ମନ୍ତ୍ରୀ ପାତ୍ର

0
909
women farmer
women farmer
ଭୁବନେଶ୍ୱର :    ଏଣିକି ସ୍ମାର୍ଟ ହେବେ ମହିଳା ଚାଷୀ। ମହିଳା ଚାଷୀ ମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ। ସମବାୟ ବିଭାଗ ପକ୍ଷରୁ ବଣ୍ଟାଯିବ ଏହି ଫୋନ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସୂର୍ଯ୍ୟନାରାୟଣ ପାତ୍ର ରବିବାର ଏହି ସୂଚନା ଦେଇଛନ୍ତି ।
 ପୁରୁଷ ମାନଙ୍କ ଭଳି ମହିଳା ଚାଷୀ ମାନଙ୍କୁ ଦିଆଯିବ ସ୍ମାର୍ଟ ଫୋନ। ସମବାୟ ବିଭାଗ ପକ୍ଷରୁ ବଣ୍ଟାଯିବ ସ୍ମାର୍ଟ ଫୋନ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସୂର୍ଯ୍ୟନାରାୟଣ ପାତ୍ର ରବିବାର ଏହି ସୂଚନା ଦେଇଛନ୍ତି ।  ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ ମହିଳା ଚାଷୀଙ୍କ ସଂଖ୍ୟା ସାଧାରଣତଃ କମ। ତେଣୁ ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ଚାଷୀଙ୍କୁ ଏହି ଫୋନ ଦିଆଯିବ। ବାକି ପରେ ଅନ୍ୟ ମହିଳା ଚାଷୀଙ୍କୁ ବଣ୍ଟାଯିବ। ଏଥିପାଇଁ ମହିଳା ଚାଷୀ ମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ। ଫୋନ ଦ୍ୱାରା ସେମାନେ ଚାଷ, ପାଣିପାଗ, ବଜାର ଦର ଓ ଋଣ ସମ୍ପର୍କରେ ସୂଚନା ପାଇ ପାରିବେ। ଖରିଫ ଋତୁରେ ଏହା ପ୍ରଦାନ କରାଯିବ।