ମହିଳା ଜଜ ହତ୍ୟା ମାମଲା : ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ

0
801
judgement of balasore judge murder case
judgement of balasore judge murder case
କଟକ :  ମହିଳା ଜଜ ହତ୍ୟାକାଣ୍ଡ ମାମଲାରେ  ସଂପୃକ୍ତ ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।   ୨୦୧୩ ମସିହା ବାଲେଶ୍ୱର ବହୁ ଚର୍ଚ୍ଚିତ ମହିଳା ଜଜ ହତ୍ୟାକାଣ୍ଡକୁ ନେଇ ଆଜି କଟକ ଜିଲ୍ଲା ଜଜ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଘଟଣାରେ ସଂପୃକ୍ତ ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।  ସୂଚନାଯୋଗ୍ୟ କି ୨୦୧୩ ମସିହା  ମାର୍ଚ୍ଚ ୧୫ ରେ ମହିଳା ଜଜ୍ ନିରୁପମା ବେହେରା ତାଙ୍କ  ସରକାରୀ କ୍ୱାର୍ଟରରେ ଏକା ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା ।ଏହି ଘଟଣାରେ ଅଭିଯୁକ୍ତ ଜ୍ୟୋତିରଂଜନ ମହାନ୍ତି ଏବଂ ପ୍ରିୟରଂଜନ ମହାନ୍ତିଙ୍କୁ ପୋଲିସ ଗିରଫ କରିଥିଲା । ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ପ୍ରେମ ବ୍ୟାପାରକୁ ନେଇ ପ୍ରାୟରଂଜନ  ଏହି ହତ୍ୟାକାଣ୍ଡ କରିଥିବା ନେଇ ପୋଲିସ ସୂଚନା ଦେଇଥିଲା । ତେବେ ଆଜି ଏହି ଘଟଣାରେ କଟକ ଜିଲ୍ଲା ଓ ଦୌରା ଜଜ ଦୁଇ ଭାଇଙ୍କୁ ଆଜୀବନ କାରାଗାରର ସଜା ଶୁଣାଇଛନ୍ତି ।