ମହିଳା ସଶକ୍ତିକରଣ ତୃଣମୂଳ ସ୍ତରରେ ପହଂଚି ପାରିଛି

0
1025
Naveen-Patnaik
Naveen-Patnaik

ଭୁବନେଶ୍ୱର : ରାଜ୍ୟରେ ମହିଳା ସଶକ୍ତି କରଣ ତୃଣମୁଳ ସ୍ତରେ ପହଂଚି ପାରିଛି । ପଂଚାୟତି ସଂସ୍ଥା ଗୁଡ଼ିକରେ ଦାୟିତ୍ୱ ନେିଥିବା ମହିଳାମାନେ ଗାଁର ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶୃତିବଦ୍ଧ ହୋଇ କାମ କରୁଛନ୍ତି ବୋଲି ଗୁରୁବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
ରାଜ୍ୟରେ ପ୍ରଥମେ ବିଜୁବାବୁ ମହିଳା ସଶକ୍ତି କରଣର ଯୁଗ ଆରମ୍ଭ କରିଥିଲେ । ସବୁକ୍ଷେତ୍ରରେ ମହିଳାମାନଙ୍କ ଅଧିକାର, ସୁରକ୍ଷା ଓ ଅଗ୍ରାଧିକାର ପାଇଁ ସେ ଗୁରୁତ୍ୱ ଦେଇଥିଲେ । ତାଙ୍କର ସେହି ପ୍ରଚେଷ୍ଟା ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ବର୍ତମାନ ଆମ ରାଜ୍ୟ ସାରା ଦେଶରେ ସୁନାମ ଅର୍ଜନ କରିପାରିଛି । ପଂଚାୟତିରାଜ ଅନୁଷ୍ଠାନ ଗୁଡ଼ିକରେ ମହିଳାଙ୍କୁ ଦାୟିତ୍ୱ, ମିଶନ ଶକ୍ତି ଓ ମମତା ପରି କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କ ରାଜନୈତିକ, ସାମାଜିତ ଓ ଅର୍ଥନୈତିକ ସଶକ୍ତିକରଣ କରାଯାଇପାରିଛି ବୋଲି ଏ ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ।
ସେ ଆହୁରି ବି କହିଥିଲେ କି, ରାଜ୍ୟର ୬୦ ପ୍ରତିଶତ ମହିଳାଙ୍କ ପାଖରେ ଘର ଓ ଜମି ପରି ସ୍ଥାବର ସମ୍ପତିର ମାଲିକାନା ରହିଛି । ୫୫ ପ୍ରତିଶତ ମହିଳାଙ୍କ ପାଖରେ ବ୍ୟାଙ୍କ ଆକାଉଂଟ ରହିଛି । ଏହା ଆମ ରାଜ୍ୟର ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତିର ପରିଚୟ ଦେଉଛି ।
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ଼ଃ ଲୋପାମୁଦ୍ରା ବକ୍ସି ପାତ୍ର, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ ।