ମହେନ୍ଦ୍ର ତନୟା ସେତୁ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
865
naveen patnaik
naveen patnaik
ଗଂଜାମ :  ୭କୋଟି  ଟଙ୍କା ବ୍ୟୟରେ ନବନିର୍ମିତ ମହେନ୍ଦ୍ର ତନୟା ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହା ସହିତ ବିଭିନ୍ନ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଓଡିଶା ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ନବନିର୍ମିତ ମହେନ୍ଦ୍ର ତନୟା ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ମହେନ୍ଦ୍ର ତନୟା ସେତୁ । ଏହା ସହିତ ପ୍ରାୟ ୬୧କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।  ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ନବୀନ । ହିଂଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେବା ସହିତ ସେଠାରେ ଅଂଚଳର ୬୬କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୨୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହା ବ୍ୟତୀତ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ଟି ପ୍ରକଳ୍ପର ଉଦଘାଟନ କରିବା ସହ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ବଂଟନ କରିଥିଲେ । ପରେ ପରେ ବ୍ରହ୍ମପୁର ଗସ୍ତରେ ଆସି ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ନିର୍ମିତ ୧କୋଟି ୧୯ ଲକ୍ଷ ଟଙ୍କାର ବିଭିନ୍ନ ଭିତିଭୂମି ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ । ସେହିପରି ୩୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଉଭୟ ଜିଲ୍ଲାର ବିଧାୟକ, ଜିଲ୍ଲା ସଭାପତି ଓ କର୍ମକର୍ତାମାନେ ଯୋଗ ଦେଇଥିଲେ ।