ମାଓନେତା କୁନୁର ଆତ୍ମସମର୍ପଣ

0
827
dgp-rp-sharma
dgp-rp-sharma
ଭୁବନେଶ୍ୱର : ଟପ୍ କ୍ୟାଡର ମାଓନେତା କୁନୁ ଦେହୁରୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ଆତ୍ମସମର୍ପଣ କରିବା ପରେ ପଚରାଉଚରା କରିଛି ପୋଲିସ୍ । କୁନୁ  ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପଦକ୍ଷେପ ସଫଳ ହେବାରେ ଲାଗିଛି । ଆଜି ସକାଳେ ଟପ୍ କ୍ୟାଡର ମାଓନେତା କୁନୁ ଦେହୁରୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସମ୍ବଲପୁର ପୋଲିସ ନିକଟରେ ସେ ଆତ୍ମସମର୍ପଣ କରିବା ପରେ ପଚରାଉଚରା କରିଛି । ରାଜ୍ୟ ପୋଲିସ ଦ୍ୱାରା ତାଙ୍କୁ ଧରିବା ଏକ ଚ୍ୟାଲେଂଜ ହୋଇଥିବାବେଳେ ଆଜି ସେ ଆତ୍ମସମର୍ପଣ କରିଛି । କୁନୁ ଦେହୁରୀ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କୁନୁ ସୁନ୍ଦରଗଡ, ଦେବଗଡ, ସମ୍ବଲପୁରରେ ମାଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିଲେ । ତେବେ ବହୁତ କମ୍ ବୟସର ପିଲାଙ୍କୁ ମାଓ ସଂଗଠନରେ ସାମିଲ କରିବାରେ କୁନୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲା ।

ଆତ୍ମସମର୍ପଣ ନେଇ ଡିଜିପି ଆର.ପି.ଶର୍ମା ଏକ ପ୍ରେସମିଟରେ ଏସଓଜି ଓ ଡିଭିଏଫ ଯବାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଅନ୍ୟ ମାଓ କ୍ୟାଡର ମାନଙ୍କୁ ହିଂସା ଛାଡି ମୁଖ୍ୟଧାରା ରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।