ମାଓ ଆକ୍ରମଣ: ୯ ଯବାନ ସହିଦ୍ , ଜଣେ ଓଡ଼ିଆ

0
955
maiost attack One-Odia-among-9-CRP
maiost attack One-Odia-among-9-CRP
ମାଲକାନଗିରି: ଛତିଶଗଡ଼ ମାଓ ଆକ୍ରମଣରେ ୯ ଜଣ   ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି।ସହିଦ ଓଡ଼ିଆ ଯବାନ ପୁରୀ ଜିଲ୍ଲା ବ୍ରହ୍ମଗିରି ରେବଣା ନୂଆ ଗାଁର ମନୋରଞ୍ଜନ ଲେଙ୍କା ବୋଲି ୨୧୨ ବାଟାଲିୟନରୁ ହସ୍ତଗତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।    ସୁକମାର କିସ୍ତାରାମରେ ମାଓ ହମଲାରେ ସହିଦ୍ ହୋଇଥିବା ୯ ଜଣ   ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଥିବା ଓଡ଼ିଆ  ସହିଦ ଓଡ଼ିଆ ଯବାନ ମନୋରଞ୍ଜନଙ୍କ ବାପାଙ୍କ ନାମ ଦୁର୍ଯ୍ୟୋଧନ ଲେଙ୍କା ବୋଲି ଜଣାଯାଇଛି। ମନୋରଞ୍ଜନଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସେହିପରି ଅନ୍ୟ ସହିଦ ଯବାନମାନଙ୍କ ମଧ୍ୟରେ ଅଛନ୍ତି ଏଏସ୍‌ଆଇ ଆରକେଏସ୍‌ ତୋମାର୍‌, କନେଷ୍ଟବଳ ଅଜୟ କୁମାର ଯାଦବ, ଜିତେନ୍ଦ୍ର ସିଂହ, ଶୋବିତ କୁମାର ଶର୍ମା, ଲକ୍ଷ୍ମଣ, ମନୋଜ ସିଂହ, ଧର୍ମେନ୍ଦ୍ର ଯାଦବ ଓ ଚନ୍ଦ୍ର.ଏଚ.ଏସ୍‌ । । ବିସ୍ଫୋରଣରେ ଆହତ ୬ଜଣ ମଧ୍ୟରୁ ଦୁଇ ଜଣଙ୍କର ପରିଚୟ ମିଳିଛି ସେମାନେ ହେଲେ ମଦନ କୁମାର ଏବଂ ରାଜେଶ କୁମାର । ଦନ୍ତେୱାଡା ଡିଆଇଜି ସୁନ୍ଦର ରାଜଙ୍କ ସୂଚନା ଅନୁସାରେ, ସୁକୁମା ଜିଲ୍ଲା କିସ୍ତାରାମରୁ ଯବାନମାନେ ସର୍ଚ୍ଚ ଅପରେସନରେ ପାଲୋଡି ଗ୍ରାମକୁ ଯାଇଥିଲେ । ଏହି ସମୟରେ ଯବାନଙ୍କୁ ଟାର୍ଗେଟ୍ କରି ୧୫୦ରୁ ଉର୍ଦ୍ଧ୍ୱ ମାଓବାଦୀ ଓ ତାଙ୍କ ସମର୍ଥକ ମାନେ ଆମ୍ବୁସ କରି ଛକି ରହିଥିଲେ । ଯବାନମାନେ ପ୍ରାୟ ସାଢ଼େ ୭ଟା ସମୟରେ ସେହି ବାଟ ଦେଇ ଯାଉଥିବା ବେଳେ ମାଓବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏହାର ସୁଯୋଗ ନେଇ ମାଓବାଦୀ ମାନେ ସେଠାରୁ ଖସି ପଳାଇଥିଲେ । ଖବର ପାଇ ଅନ୍ୟ ଏକ ଟିମ୍ ଘଟଣାସ୍ଥଳକୁ ଆସୁଥିବା ବେଳେ ମାଓବାଦୀମାନେ ଲଗାତାର ଭାବେ ୩ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ । ବିସ୍ଫୋରଣ ଜୋରଦାର୍ ଥିବାରୁ ଆଂଟି ଲ୍ୟାଣ୍ଡମାଇନ୍ ଗାଡି ଭାଙ୍ଗିରୁଜି ଚୁରମାର୍ ହୋଇଯିବା ସହ ଘଟଣାସ୍ଥଳରେ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି । ଏହି ଅପରେସନରେ ସିଆରପିଏଫ, କୋବ୍ରା ଓ ଏସଟିଏଫର ଯବାନମାନେ ସାମିଲ୍ ଅଛନ୍ତି । ଏହି ଘଟଣା ପରେ ମାଲକାନଗିରିରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି।