ବିଚ୍ଛିନାଂଚଳରେ ମାଓ ଦମନ ରଣନୀତି ଜୋରଦାରରେ ଚାଲିଛି । ବଲାଙ୍ଗୀର ଓ କନ୍ଧମାଳରେ ହୋଇଥିବା ମାଓ ବିରୋଧୀ ଅଭିଯାନ ପାଇଁ ଦୁଇ ଜିଲ୍ଲା ଏସ୍ପିଙ୍କୁ ମିଳିବ ପୁରସ୍କାର । ଦୁଇ ଏସ୍ପିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏ ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ଆଜି ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମାଓବାଦୀ ମୁକାବିଲା ସଂପର୍କରେ ଆଲୋଚନା କରାଯାଇଛି । ଏହା ସହିତ ବଲାଙ୍ଗୀର ଏସ୍ପି କେ ଶିବା ସୁବ୍ରମଣୀ ଓ କନ୍ଧମାଳ ଏସ୍ପି ପ୍ରତୀକ ସିଂହ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସଫଳତା ପାଇଁ ଏସପିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପୋଲିସର ମନୋବଳକୁ ଆହୁରି ସୁଦୃଢ଼ କରିବ ବୋଲି ଡିଜିପି କହିଛନ୍ତି ।
ଅନ୍ୟପକ୍ଷରେ ବିଚ୍ଛିନ୍ନାଞ୍ଚଳରେ ଚାଲିଥିବା କମ୍ବଂ ଅପରସେନ୍ ସଂପର୍କରେ ସୂଚନା ଦେଇଛନ୍ତି । ବିଚ୍ଛିନ୍ନାଂଚଳରେ ଏସଓଜି , ଗ୍ରେହାଉଣ୍ଡ ଓ ସିଆରପିଏଫ ଯବାନଙ୍କର ମିଳିତ ଅପରେସନ ଜାରି ରହିଥିବା ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଜଣେ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ତାହାର ପରିଚୟ ଜଣାପଡ଼ି ନାହିଁ । ମୃତ ମାଓବାଦୀ ପରିଚୟ ଖୋଜା ଚାଲିଛି । ସେ ଜଣେ ଏରିଆ କମିଟି ମାଓ ସଂଗଠନର ନେତା ବୋଲି ଅନୁମାନ କରାଯାଉଥିବା ଡିଜିପି କହିଛନ୍ତି ।