ମାଓ ବବର୍ରତା : ଦୁଇ ଜଣଙ୍କୁ ହତ୍ୟା

0
754
maoist
maoist
ନୂଆପଡା :  ପୁଣି ମାତିଛି ଲାଲ ବାହିନୀ। ଦୁଇ ଜଣଙ୍କୁ ହତ୍ୟା  କରିଛନ୍ତି । ଏହା ପରେ ପୋଲିସ ପହଂଚି କମ୍ବିଂ ଅପରେସନକୁ ଜୋରଦାର କରିଛି ।
କେତେକ ସ୍ଥାନରେ ମାଓ ଦୁର୍ଗ ଭୁଷୁଡିବାରେ ଲାଗିଥିବାବେଳେ କେତେକ ସ୍ଥାନରେ ଜୀବନର ମୁଖ୍ୟସ୍ରୋତରେ ସାମିଲ ହୋଇ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ତଥାପି ବିଭିନ୍ନ ସ୍ଥାନରେ ହିଂସାକୁ ଆଦରି ନେଇ ବବର୍ର କାଣ୍ଡ ଜାରି ରଖିଛି ମାଓ ସଂଗଠନ ।  ନୂଆପଡା ଜିଲ୍ଲାରେ କିଛି ଦିନର ନିରବତା ପରେ ପୁଣି ମାତିଛି ଲାଲ ବାହିନୀ। ବୋଡେନ୍ ବ୍ଲକ ପଟଦରା ଜଂଗଲରେ ଜଣେ ପୂବର୍ତନ ସରପଂଚଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଭଉଁସାଦାନୀ ଗ୍ରାମପଂଚାୟତର ପ୍ରାକ୍ତନ ସରପଂଚ ହୀରାସିଂ ମାଝୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ମାଓବାଦୀ । ଗତକାଲି ସଂଧ୍ୟାରେ ସେ ବୋଡେନରୁ ନିଜ ଗାଁ କୁଇମୁଣ୍ଡାକୁ ଯିବାବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇ ଯାଇଥିଲେ। ଆଜି ହୀରାସିଂଙ୍କ ମୃତଦେହକୁ ଜଙ୍ଗଲ ନିକଟରୁ ଉଦ୍ଧାର କରାଯାଇଛି । ତେବେ ହତ୍ୟା ଘଟାଇବା ପରେ ଘଟଣାସ୍ଥଳରେ ପୋଷ୍ଟର ଛାଡିଛନ୍ତି ମାଓବାଦୀ । ଘଟଣାସ୍ଥଳରୁ ଗୋଟିଏ ବାଇକ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।

ସେହିପରି ଛତିଶଗଡ-ଓଡିଶା ସୀମାନ୍ତ ସୁକୁମାରେ ମାଓବାଦୀମାନେ ଜଣେ ଇଂଜିନିୟରଙ୍କୁ ଅପରହରଣ କରିବା ପରେ ହତ୍ୟା କରିଛନ୍ତି । ଇଂଜିନିୟର ଡି . କସୁରଙ୍କୁ ତିନିଦିନ ତଳେ ଅପହରଣ କରିବା ପରେ ତାଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଚାଲି ଯାଇଥିଲେ ମାଓବାଦୀ । ଏହା ପରେ ପୋଲିସ ପହଂଚି କମ୍ବିଂ ଅପରେସନକୁ ଜୋରଦାର କରିଛି ।