ମାଓ ସମର୍ଥକ ୟୁସୁଫ ମହମ୍ମଦକୁ ଗିରଫ କଲା ପୋଲିସ

0
903

ମାଲକାନଗିରି: ମାଓବାଦୀଙ୍କର ଜଣେ ଘନିଷ୍ଠ ସମର୍ଥକ ୟୁସୁଫ ମହମ୍ମଦଙ୍କୁ ଆଜି ପୋଲିସ ଗିରଫ କରିଛି। ୟୁସୁଫଙ୍କୁ ନୂଆପଡା ପୋଲିସ ଗିରଫ କରିଥିବା ନୂଆପଡା ଏସପି ଶ୍ରୀ ପାରମାର ସ୍ମିତ ସୂଚନା ଦେଇଛନ୍ତି । ୟୁସୁଫଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି। ବିମୁଦ୍ରାକରଣ ସମୟରେ ମାଓବାଦୀଙ୍କୁ ଟଙ୍କା ଅଦଳବଦଳ କରିବାରେ ସାହାଯ୍ୟ କରିବାରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା ୟୁସୁଫ । ଏତଦବ୍ୟତିତ ମାଓବାଦୀଙ୍କୁ ଖାଇବା ଓ ରହିବା ସାମଗ୍ରୀ ଯୋଗାଇବାରେ ୟୁସୁଫ ସାହାଯ୍ୟ କରିବା ପୋଲିସ ଅଭିଯୋଗ ଆଣିଥିଲା।