ମାଟ୍ରିକ ଫଳ : ୭୬.୨୩ % ପିଲା ପାସ୍‌

0
869
matric result
matric result
କଟକ : ଚଳିତ ବର୍ଷ  ମାଟ୍ରିକ ପରୀକ୍ଷାରେ  ୭୬.୨୩ ପ୍ରତିଶତ ପାସ  କରିଛନ୍ତି । ଏ-୧ ଗ୍ରେଡ୍ ପାଇଛନ୍ତି ୧୭୧୫ ପରୀକ୍ଷାର୍ଥୀ । ବାଲେଶ୍ୱରରେ ସର୍ବାଧିକ ରେଜଲ୍ଟ ୮୮.୧୫ ପ୍ରତିଶତ ରହିଥିବା ବେଳେ  ମାଲକାନଗିରିରେ ସର୍ବନିମ୍ନ ୫୯.୩୨ ପ୍ରତିଶତ ରହିଛି।

 ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏକକାଳୀନ ଦଶମ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଟକ ସ୍ଥିତ ବୋର୍ଡ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବରେ ଫଳ ପ୍ରକାଶ କରିବା ସହ ପୁସ୍ତକ ଉନ୍ମଚୋନ କରିଛନ୍ତି।  ଚଳିତ ବର୍ଷ ୭୬.୨୩ ପ୍ରତିଶତ ପାସ ହାର ରହିଛି । ଏବର୍ଷ ଦେଇଥିବା ୬ ଲକ୍ଷ ୮ ହଜାର ୬୫୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ ଗ୍ରେଡ୍ ପାଇଛନ୍ତି ୧୭୧୫ ପରୀକ୍ଷାର୍ଥୀ । ସେହିପରି ଏ-୨ ଗ୍ରେଡ୍ ୧୫ ହଜାର ୬୮୯ ଜଣ ପରୀକ୍ଷାର୍ଥୀ ପାଇଥିବା ବେଳେ ବି -୧ ୩୯ ହଜାର ୨୫୨ ଓ ୬୮ ହଜାର ୯ ଜଣ ପରୀକ୍ଷାର୍ଥୀ ବି-୨ ଗ୍ରେଡ ପାଇଛନ୍ତି। ୧ ଲକ୍ଷ ୨୪ ହଜାର ୬୬୫ ଛାତ୍ରଛାତ୍ରୀଙ୍କ ୬୦ ପ୍ରତିଶତରୁ ରେଜଲ୍ଟ ଅଧିକ ରହିଛି।

ମଧ୍ୟାହ୍ନ ୧୨ ଟାରୁ ୱେବସାଇଟରେ ଛାତ୍ରଛାତ୍ରୀ ମାନେ ବୋର୍ଡର ୨ ଟି ୱେବସାଇଟ୍ www.bseodisha.nic.in  ଏବଂ www.orissaresults.nic.in  ମାଧ୍ୟମରେ ନିଜର ଫଳାଫଳ ଦେଖି ପାରିବେ।  ଏହା ସହିତ ଛାତ୍ରଛାତ୍ରୀମାନେ ମୋବାଇଲ୍‌ରେ ସେମାନଙ୍କର ଫଳ ଦେଖିପାରିବେ । ଏଥିପାଇଁ ସେମାନେ OR10<ROLL NO> ଟାଇପ୍‌ କରି 5676750କୁ ଏସଏମଏସ ପଠାଇ ପରୀକ୍ଷାଫଳ ଜାଣିପାରିବେ। ଆଜି ଅପରାହ୍ଣରେ ବୋର୍ଡ ୱେବସାଇଟରେ OMR ସିଟ୍ ମଧ୍ୟ ପିଲାମାନେ ଦେଖି ପାରିବେ। ଏଥିସହ ଛାତ୍ରଛାତ୍ରୀମାନେ ଯଦି କୌଣସି ପରୀକ୍ଷା ଫଳ ତ୍ରୁଟି ବା ଅଭିଯୋଗ କରିବାକୁ ଚାହାନ୍ତି ତେବେ ସପ୍ତାହେ ମଧ୍ୟମେ ସକାଳ ୧୦ଟାରୁ ୫ଟା ମଧ୍ୟରେ ହେଲ୍ପ ଲାଇନ ନମ୍ବର ୦୬୭୧-୨୪୧୨୦୫୯ ଓ ୨୪୧୨୦୬୦ରେ ଯୋଗାଯୋଗ କରିପାରିବେ।    ମୋଟ ୪ ଲକ୍ଷ ୩୮ ହଜାର ୩୪୮ ପରୀକ୍ଷାର୍ଥୀ ପାସ କରିଛନ୍ତି। ୨ ଲକ୍ଷ ୧୬ ହଜାର ୩୦୫ ପୁଅ ପାସ୍ କରିଥିବା ବେଳେ ୨ ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍ କରିଛନ୍ତି। ସେହିପରି ୧ ଲକ୍ଷ ୩୬ ହଜାର ୭୧୭ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ରେଗୁଲାରରେ ବାଲେଶ୍ୱରରେ ସର୍ବାଧିକ ରେଜଲ୍ଟ ୮୮.୧୫ ପ୍ରତିଶତ ରହିଥିବା ବେଳେ  ମାଲକାନଗିରିରେ ସର୍ବନିମ୍ନ ୫୯.୩୨ ପ୍ରତିଶତ ରହିଛି।

ଗତବର୍ଷ ତୁଳନାରେ ପାସ ହାର ସଂଖ୍ୟା କମିଥିବା ଦେଖାଦେଇଛି। ଗତବର୍ଷ ୮୫.୨୮ ପ୍ରତିଶତ ପାସ ହାର ରହିଥିଲା। ସେହିପରି ୨୦୧୬ ବର୍ଷରେ ପାସ ହାର ୮୩.୭୨ ପ୍ରତିଶତ, ୨୦୧୫ ମସିହାରେ ପାସ ହାର ୮୦.୯୩ ପ୍ରତିଶତ ଏବଂ ୨୦୧୪ରେ ୮୦.୯୭ ପ୍ରତିଶତ ପାସ୍‌ ହାର ରହିଥିଲା ।