ମାଲକାନଗିରି : ପୁଣି ଲାଲ ପୋଷ୍ଟର

0
880
maoist poster
maoist poster
ମାଲକାନଗିରି :   ଚିତ୍ରକୋଣ୍ଡା ଅନ୍ତର୍ଗତ ତିନିକୋଣିଆ ଅଂଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।  କାଲିମେଳା ଆଂଚଳିକ ମାଓବାଦୀ କମିଟି ପକ୍ଷରୁ ଏହି ପୋଷ୍ଟର୍‌ ଜାରି କରାଯାଇଥିବା ସୂଚନା ମିଳିଛି ।
ବିଚ୍ଛିନ୍ନାଂଚଳରେ ବାରମ୍ବାର ପୋଷ୍ଟର ଜାରି କରି ନିଜର ସ୍ଥିତି ଜାହିର କରୁଛି ଲାଲ ସଂଗଠନ । ମାଲକାନଗିରି ଚିତ୍ରକୋଣ୍ଡା ଅନ୍ତର୍ଗତ ତିନିକୋଣିଆ ଅଂଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । କାର୍ଲମାର୍କସଙ୍କ ଚିନ୍ତା ଧାରାକୁ ଅନୁକରଣ କରି ସମସ୍ୟାର ସମାଧାନ କରିବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । କାଲିମେଳା ଆଂଚଳିକ ମାଓବାଦୀ କମିଟି ପକ୍ଷରୁ ଏହି ପୋଷ୍ଟର୍‌ ଜାରି କରାଯାଇଥିବା ସୂଚନା ମିଳିଛି ।  କାର୍ଲମାର୍କ୍ସଙ୍କ ୨୦୦ ତମ ଜନ୍ମ ଦିବସ ଉପଲକ୍ଷେ ଲାଲବାହିନୀ ବାରମ୍ବାର ପୋଷ୍ଟର ଜାରି କରୁଛି । କାର୍ଲମାର୍କ୍ସଙ୍କ ବୈଜ୍ଞାନିକ ଚିନ୍ତାଧାରାକୁ ଅନୁକରଣ କରି ସମାଜରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ପୋଷ୍ଟରକୁ ନେଇ ଚିତ୍ରକୋଣ୍ଡା ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ୫ ତାରିଖ ଦିନ ମଧ୍ୟ ମାଲକାନଗିରି ବିଭିନ୍ନ ଅଂଚଳ ଯଥା କୁରମାନୁର, ପାପଲୁର, ପଣସପୁଟ ଆଦି ଅଂଚଳରେ ମାଓବାଦୀମାନେ ପୋଷ୍ଟର ଜାରି କରିଥିଲେ ।