ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ଆତ୍ମସମର୍ପଣ

0
898

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ସୁକମାରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏହି ୨୯ ଜଣଙ୍କ ମଧ୍ୟରେ ୧୧ ଜଣ ମହିଳା ମାଓବାଦୀ ରହିଥିବା ଜଣାପଡିଛି । ଏହି ମାଓବାଦୀମାନେ ସଂଗଠନର ନେତାଙ୍କ କାଯ ର୍୍ୟକଳାପରେ ଅତିଷ୍ଠ ହୋଇ ଗତକାଲି ସୁକୁମା ଥାନାରେ ଆତ୍ମସମର୍ପଣ  କରିଥିବା ପ୍ରକାଶ କରିଛନ୍ତି । ଗତକାଲି ନୂଆପଡା ଜିଲ୍ଲା ବୋଡେନ ଥାନାରେ ମହିଳା କ୍ୟାଡର ମାଓବାଦୀ ସୁମିତ୍ରୀ ଧରୁଆ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ମାଓବାଦୀମାନେ ତାଙ୍କୁ ଜୋରଜବରଦସ୍ତ ନେବା ସହ ନିଯ ର୍୍ୟାତନା ଦେଉଥିବା ଅଭିଯୋଗ ଆଣିବା ସହ ନିଯ ର୍୍ୟାତନା ଅସହ୍ୟ ହେବାରୁ ସେ ଆତ୍ମସମର୍ପଣ କରିଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଥଇଥାନ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।