ମା’ଲକ୍ଷ୍ମୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ

0
851
golden mukut
golden mukut
ପୁରୀ : ଅକ୍ଷୟ ତୃତୀୟା ଅବସରରେ ମାଆଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି।  । ବୁଧବାର ରାତି ସାଢେ ୯ଟାରେ ଲକ୍ଷ୍ମୀଙ୍କ ସେବାୟତମାନେ ମାଆଙ୍କୁ ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ପିନ୍ଧାଇଥିଲେ। ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ  , ଜିଲ୍ଲାପାଳ ଏବଂ ଏସ୍‌ପି ଉପସ୍ଥିତ ରହିଥିଲେ।
ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମସ୍ତକରେ ଶୋଭା ପାଇଲା ସୁବର୍ଣ୍ଣ କିରୀଟ। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପରେ ଗତକାଲି ଅକ୍ଷୟ ତୃତୀୟା ଅବସରରେ ମାଆଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି। ବୁଧବାର ରାତି ସାଢେ ୯ଟାରେ ଲକ୍ଷ୍ମୀଙ୍କ ସେବାୟତମାନେ ମାଆଙ୍କୁ ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ପିନ୍ଧାଇଥିଲେ। ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରସାସକ  , ଜିଲ୍ଲାପାଳ ଏବଂ ଏସ୍‌ପି ଉପସ୍ଥିତ ରହିଥିଲେ। ମାଆଙ୍କ ମଥାରେ କିରୀଟ ଲଗାଯିବା ପରେ ଭକ୍ତଙ୍କ ମନରେ ଥିବା ଲାଗି ରହିଥିବା ଅସନ୍ତୋଷ ଦୂର ହୋଇଛି। ଗତକାଲି ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡ଼କଡ଼ି କରାଯାଇଥିଲା।

ସୂଚନାଯୋଗ୍ୟ, ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ଦୀର୍ଘ ୬ମାସ ହେବ ପୁରୁଣା କିରୀଟ ମରାମତି କରାଯାଇ ମା’ଙ୍କ ମଥାରେ ଲଗାଯାଇଥିଲା। ପୂର୍ବରୁ ଏହି ପ୍ରସଙ୍ଗରେ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା ହୋଇଥିଲା। ମା’ ଲକ୍ଷ୍ମୀଙ୍କ ପାଇଁ ସମ୍ପୂର୍ଣ୍ଣ ସୁନାରେ ମୁକୁଟ ତିଆରି କରିବ। ଲକ୍ଷ୍ମୀ ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିବ। ଲକ୍ଷ୍ମୀଙ୍କ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଭଣ୍ଡାର ଘର ସହ ସମାନ୍ତରାଳ ଭାବରେ ଚାଲିଥିବା ମା’ ଲକ୍ଷ୍ମୀଙ୍କ ଭଣ୍ଡାର ଘର ମଧ୍ୟ ଖୋଲା ହେବ । ଏଥିରେ ଥିବା ସମସ୍ତ ସାମଗ୍ରୀ, ସୁନା ରୁପା ଅଳଙ୍କାର, ବସ୍ତ୍ର ରେକର୍ଡ କରାଯାଇ ପ୍ରଶାସନ ଅଧୀନକୁ ଅଣାଯିବ। ଲକ୍ଷ୍ମୀ ମନ୍ଦିର ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭକ୍ତମାନେ ଏଣିକି ସିଧାସଳ ଦାନ ନକରି ପ୍ରଶାସନ ଜରିଆରେ ଲକ୍ଷ୍ମୀ ମନ୍ଦିର ପାଇଁ ଦାନ କରିବେ ବୋଲି ଶ୍ରୀ ମନ୍ଦିର ପ୍ରଶାସକ କମିଟି ନିଷ୍ପତି ନେଇଥିଲା।