ମାଲଗାଡି ଲାଇନଚ୍ୟୁତ : ମରାମତି ପରେ ଚଳାଚଳ ସ୍ୱାଭାବିକ

0
812
derailed goods train
derailed goods train

କୋରାପୁଟ: କୋରାପୁଟରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ମରାମତି ପରେ ସେଠାରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡିଛି। ଦୀର୍ଘ ସାତ ଘଂଟା ପରେ ସେଠାରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି ।
ଗତକାଲି ରାତିରେ ଜୟପୁରରୁ ବିଶାଖାପାଟଣା ଯାଉଥିବା ଏହି ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଜୟପୁର କୋରାପୁଟ ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଟ୍ରେନଟି ଲାଇନ ଚ୍ୟୁତ ହୋଇଥିଲା । ତେବେ ଦୀର୍ଘ ସାତ ଘଂଟା ସେଠାରେ ଟ୍ରେନ ଚଳାଚଲ ବାଧାପ୍ରାପ୍ତ ହୋଇଥିବାବେଳେ ଆଜି ସକାଳୁ ସେଠାରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ପାରିଥିବା ଜଣାପଡିଛି ।