କଟକ : ମିଡାସ୍ ଟଚ୍ ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶିକା ନିରୂପମା ସାମଲଙ୍କୁ ସୋମବାର ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ସୂଚନାଯୋଗ୍ୟ, ନିରୂପମାଙ୍କ ବ୍ୟାଙ୍କ୍ ଆକାଉଂଟକୁ ୬୩ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଓ ୧୭ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ନିରୂପମା ହାଇକୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଆଜି ଏହାର ଶୁଣାଣି ହୋଇଥିଲା। ହାଇକୋର୍ଟର ବିଚାର ବିଭାଗୀୟ ଏହି ମାମଲାକୁ ପରଖିବା ପରେ ୨ କୋଟି ଟଙ୍କାର ବ୍ୟାଙ୍କ ଜମା ଦେଇ ନିରୂପମାଙ୍କୁ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୨ ଜଣ ଜାମିନଦାରଙ୍କୁ ୨ ଲକ୍ଷ ଟଙ୍କା ଜୋରିମାନା ଦେବା ସହ ପାସପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...