ମିଳିଲାନି ଜାମିନ : ଆଜି ମଧ୍ୟ ଜେଲରେ ରାତି କାଟିବେ ସଲମାନ

0
945
salman-khan-jodhpur-central-jail
salman-khan-jodhpur-central-jail

ଯୋଧପୁର :  ଆଜି ସଲମାନଙ୍କୁ  ମିଳିଲାନି ଜାମିନ ।  ଜାମିନ ଉପରେ ଶୁଣାଣି ପରେ  ଅଦାଲତ ଶନିବାର ରାୟ ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ସଲମାନଙ୍କୁ ଶୁକ୍ରବାର ରାତି ମଧ୍ୟ ଯୋଧପୁରର ସେଣ୍ଟ୍ରାଲ ଜେଲରେ କାଟିବାକୁ ପଡ଼ିବ।

ଯୋଧପୁରର ସେସନ କୋର୍ଟରେ ସଲମାନଙ୍କ ଜାମିନ ଉପରେ ଦେଢ ଘଣ୍ଟାର ଶୁଣାଣି ପରେ  ଅଦାଲତ ଶନିବାର ରାୟ ଦେବାକୁ ନିର୍ଣ୍ଣୟ ନେଇଛନ୍ତି। ଏହାର ଅର୍ଥ ସଲମାନଙ୍କୁ ଶୁକ୍ରବାର ରାତି ମଧ୍ୟ ଯୋଧପୁରର ସେଣ୍ଟ୍ରାଲ ଜେଲରେ କାଟିବାକୁ ପଡ଼ିବ। କୋର୍ଟ ରୁମରେ ଜାମିନ ଉପରେ ଶୁଣାଣି କରିଥିବା ବିଚାରପତି କହିଛନ୍ତି ଶନିବାର ସକାଳ ୧୦ଟା ୩୦ରେ ଅଦାଲତ ନିଜର ରାୟ ଶୁଣାଇବ।  ଆଶା କରାଯାଉଥିଲା ଯେ, ଆଜି ସଲମାନଙ୍କୁ ଜାମିନ ମିଳିଯିବ। ମାତ୍ର  ସରକାରୀ ଓକିଲଙ୍କ ଗୋଟିଏ ଦଲିଲ ସଲମାନଙ୍କ ଜାମିନ ମିଳିବା ଖେଳକୁ ପୁରା ବିଗାଡ଼ି ଦେଇଥିଲା। ସରକାରୀ ଓକିଲ କୋର୍ଟରେ କହିଥିଲେ ଯେ, କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ତିନି ବର୍ଷରୁ ଅଧିକ ସଜା ମିଳିଛି, ତେଣୁ ଏହି ମାମଲାରେ ସିଜେଏମ କୋର୍ଟର ରେକର୍ଡକୁ ଦେଖିବା ଉଚିତ୍। ବିଚାରପତି ସରକାରୀ ଓକିଲଙ୍କ ଏହି ଦଲିଲକୁ ସ୍ଵୀକାର କରିଥିଲେ ଏବଂ ଶୁଣିବାର ଶନିବାର ପର୍ୟ୍ୟନ୍ତ ଘୁଞ୍ଚାଇ ଦେଲେ।  ଉଲ୍ଲେଖଯୋଗ୍ୟ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ୧୯୯୮ରେ କୃଷ୍ଣସାର ମୃଗ ଶିକାର ମାମଲାରେ ଗୁରୁବାର ଯୋଧପୁରର ସେସନ କୋର୍ଟ ୫ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛି। ଏହି ମାମଲାରେ ଅନ୍ୟ ୪ ଆରୋପି ସୈଫ ଅଲୀ ଖାନ, ତବ୍ବୁ, ନୀଲମ, ସୋନାଲି ବିନ୍ଦ୍ରେ ଓ ଏକେ ଦୁଷ୍ମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସଜା ଶୁଣାଯିବା ପରେ ସଲମାନଙ୍କୁ ଯୋଧପୁରର ସେଣ୍ଟ୍ରାଲ ଜେଲ ଅଣାଯାଇଛି। ଜେଲରେ ସଲମାନଙ୍କୁ କଏଦୀ ନମ୍ବର ୧୦୬ ଦିଆଯାଇଛି। ସଲମାନଙ୍କୁ ବ୍ୟାରାକ ନମ୍ବର ୨ରେ ରଖାଯାଇଛି ଯେଉଁଠି ଆଶାରାମ ବାପୁ ସଜା କାଟୁଛନ୍ତି।

କୋର୍ଟରେ ସଲମାନ ଖାନଙ୍କ ଓକିଲ କହିଛନ୍ତି ତାଙ୍କର ମହକିଲଙ୍କୁ ସନ୍ଦେହର ଲାଭ ମିଳିବା ଉଚିତ୍। ଏହା ପୂର୍ବରୁ ମଧ୍ୟ କୋର୍ଟ ସନ୍ଦେହ ଆଧାରରେ ଏହି ମାମଲାର ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ମିଡିଆ ରିପୋର୍ଟ୍ସ ମୁତାବକ ସଲମାନଙ୍କ ଓକିଲଙ୍କ କହିବା କଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ବିଶ୍ଵାସଯୋଗ୍ୟ ନୁହେଁ। କାରଣ ହାଇକୋର୍ଟ ପୂର୍ବରୁ ଆର୍ମ୍ସ ଆକ୍ଟରେ ସଲମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।