ମିଳିଲା ଜାମିନ୍‌ : ସଲମାନ ଆଶ୍ୱସ୍ତ

0
919
salman
salman

ଯୋଧପୁର:  ମିଳିଲା  ଜାମିନ୍‌,  ଜେଲ୍‌ରୁ ମୁକୁଳିବେ ସଲମାନ ଖାନ। ୫୦ ହଜାର ଲେଖାଏଁ ୨ଟି ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ବାହାରିପାରନ୍ତି।

କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଲମାନଙ୍କୁ ଗୁରୁବାର ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ସେହିଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ମନା କରି ଦେବାରୁ ତାଙ୍କୁ ସେଠାରୁ ସିଧା ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଗତକାଲି ବି ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ଦେଇ ନଥିଲେ। ଆଜି ସକାଳେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବା ପରେ କୋର୍ଟ ଅପରାହ୍ନରେ ରାୟ ଶୁଣାଇବେ ବୋଲି କହିଥିଲେ। ୨୦ ବର୍ଷ ତଳର ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସୈଫ ଅଲ୍ଲୀ ଖାନ୍, ତବୁ, ନୀଲମ ଓ ସୋନାଲି ବେନ୍ଦ୍ରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।