ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ଲୋକସଭାରେ ପକ୍ଷ ରଖିବ ବିଜେଡି

0
829
naveen patnaik
naveen patnaik
ଭୁବନେଶ୍ୱର : ବର୍ଷବର୍ଷ ଧରି ଏନଡିଏ ଓ ୟୁପିଏ ଓଡିଶାକୁ ଅବହେଳା କରୁଥିବା ପ୍ରକାଶ କରିବା ସହ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉପରେ କେନ୍ଦ୍ର ଅବହେଳା କରୁଥିବା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି  । ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ସୋମବାର ପ୍ରତିକ୍ରିୟା ରଖିଛନ୍ତି । ଲୋକସଭାରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରାଯିବ ବୋଲି ସେ କହିଛନ୍ତି ।

ସାମ୍ବାଦିକ ମାନଙ୍କର ସମ୍ପର୍କିତ ପ୍ରଶ୍ନର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉଭୟ ୟୁପିଏ ଓ ଏନଡିଏ ସରକାର ଓଡିଶାକୁ ବର୍ଷ ବର୍ଷ ଧରି ଅଣଦେଖା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଇଛି । ଟିଡିପି ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ପାଇଁ ଯେଉଁ ଦାବି କରିଛି ବିଜେଡି ଦଳ ମଧ୍ୟ ଅନୁରୂପ ଭାବେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରିଛି । ଉଭୟ ୟୁପିଏ ଓ ଏନଡିଏ ସରକାର ଏହି ଦାବିକୁ ଗ୍ରହଣ କରିନାହାନ୍ତି ।