ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

0
835
cm naveen patnaik
cm naveen patnaik
ଭୁବନେଶ୍ୱର : ଓଡ଼ିଶାରେ ହିଂସାର ସ୍ଥାନ ନାହିଁ । ତେଣୁ ଅସ୍ତ୍ର ତ୍ୟାଗ କରି ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ମାଓବାଦୀଙ୍କୁ ଆହ୍ୱାନ କରିଛନ୍ତି ।   ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ  ଆହ୍ୱାନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟରେ ମାଓଦମନ ନୀତି ନେଇ ଆନ୍ଧ୍ର, ଓଡିଶା ଓ ଛତିଶଗଡ ପୋଲିସ ଆରମ୍ଭ କରିଛନ୍ତି ମିଳିତ ଅଭିଯାନ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ।

ରାଜ୍ୟରେ ମାଓ ଦମନ ଅପରେସନ୍‌କୁ ପ୍ରଶଂସା କରି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ପୋଲିସକୁ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ହିଂସାର ସ୍ଥାନ ନାହିଁ । ତେଣୁ ଅସ୍ତ୍ର ତ୍ୟାଗ କରି ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ମାଓବାଦୀଙ୍କୁ ଆହ୍ୱାନ କରିଛନ୍ତି ।