ମୁହଁ ଖୋଲିଲେ ସୋମ୍ୟଙ୍କ ବାପା : ନିର୍ବନ୍ଧ ପୂର୍ବରୁ ଆସିଥିଲା ଧମକପୂର୍ଣ୍ଣ କଲ

0
904
balangir boma bisporana
balangir boma bisporana

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁହଁ ଖୋଲିଛନ୍ତି ମୃତ ସୌମ୍ୟଶେଖରଙ୍କ ବାପା। ସେ କହିଛନ୍ତି, ଏହି ବିସ୍ଫୋରଣ ପଛରେ ପ୍ରେମ ସମ୍ପର୍କ ରହିଛି । ନିର୍ବନ୍ଧର କିଛି ଦିନ ପୂର୍ବରୁ ସୌମ୍ୟ ପାଖକୁ ଏକ ଅଜଣା ଫୋନ ନମ୍ବରରୁ ଧମକ କଲ ଆସିଥିଲା। ବିବାହ ଠିକ୍ ହୋଇଥିବା ଯୁବତୀ ରୀନାକୁ ବାହାହେଲେ ପରିସ୍ଥିତି ଭୟଙ୍କର ହେବ କୁହାଯାଇଥିଲା। ସଂପୃକ୍ତ ବ୍ୟକ୍ତି ଉପକୂଳିଆ ଓଡ଼ିଆ ଭାଷାରେ ଧମକ ଦେଇଥିଲେ।
ଅନ୍ୟପକ୍ଷେ ପୋଲିସ ନବବଧୂ ରୀନାଙ୍କ ବୟାନ ରେକର୍ଡ କରିଛି। ସେହିପରି ପାଟଣାଗଡ଼ ପୋଲିସ ବୌଦ୍ଧ ଯାଇ ବିସ୍ଫୋରଣ ଘଟଣାର ତଦନ୍ତ ଚଳାଇଛି।