ମୂଲ୍ୟାୟନ ସରିନି : ସପ୍ତାହେ ଘୁଂଚିଲା ଯୁକ୍ତଦୁଇ ପରୀକ୍ଷା ଫଳ

0
748
chse 1
chse 1

ଭୁବନେଶ୍ୱର : ମୂଲ୍ୟାୟନ ପ୍ରକ୍ରିୟା ସରିପାରିନାହିଁ । ବିଳମ୍ବ ହେବ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ। ସପ୍ତାହେ ବିଳମ୍ବରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କ୍ଷେତ୍ରରେ ବିଳମ୍ବ ହେବା ନେଇ ଆଶଙ୍କା ସତ୍ୟରେ ପ୍ରମାଣିତ ହେବାକୁ ଯାଉଛି । ପୂର୍ବରୁ ମେ ୧୫ ମଧ୍ୟରେ ବିଜ୍ଞାନ ଓ ୩୦ ତାରିଖ ସୁଦ୍ଧା କଳା ବାଣିଜ୍ୟ ଓ ଧନ୍ଦାମୂଳକ ଫଳ ପ୍ରକାଶ କରିବାକୁ ପରିଷଦ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଫେଲ ମାରିଛି । ମୂଲ୍ୟାୟନ ପ୍ରକ୍ରିୟା ସରିପାରିନାହିଁ । ତେଣୁ ମେ ୧୫ ମଧ୍ୟରେ ବିଜ୍ଞାନ ଫଳ ପ୍ରକାଶ ପାଇପାରିବ ନାହିଁ । ମେ ତୃତୀୟ ସପ୍ତାହରେ ବିଜ୍ଞାନ ଫଳ ଓ ଜୁନ ପ୍ରଥମ ସପ୍ତାହ ସୁଦ୍ଧା କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଫଳ ପ୍ରକାଶ ପାଇବ । ବିଜ୍ଞାନର ପ୍ରାୟ ୮ ପ୍ରତିଶତ ଖାତା ଦେଖାହୋଇନି । କଳାରେ ୧୫ ପ୍ରତିଶତ ଓ ବାଣିଜ୍ୟରେ ୧୦ ପ୍ରତିଶତ ଖାତା ଦେଖା ବାକି ରହିଛି । ଫଳ ବାହାରିବାରେ ବିଳମ୍ବ ଯୋଗୁଁ ବହୁ ବିଜ୍ଞାନ ଛାତ୍ରଛାତ୍ରୀ ଜାତୀୟ ସ୍ତରର ବୈଷୟିକ କଲେଜ ଗୁଡ଼ିକରେ ନାମ ଲେଖାକୁ ନେଇ ଚିନ୍ତିତ ଥିବା କୁହାଯାଉଛି ।