ମୃତ୍ୟୁ ପରେ ବି ସାର୍ବଜନୀନ ହେବ ନାହିଁ ଦୁଷ୍କର୍ମ ପୀଡ଼ିତାଙ୍କ ନାମ

0
771
sc
sc
ନୂଆଦିଲ୍ଲୀ : ମୃତ୍ୟୁ  ପରେ ମଧ୍ୟ ସାର୍ବଜନୀନ କରାଯାଇ ପାରିବ ନାହିଁ ପୀଡ଼ିତାଙ୍କର ନାମ । ପୀଡ଼ିତାଙ୍କ ନାମକୁ ସାର୍ବଜନୀନ କରାଯିବା ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସବୁବେଳେ  ଦୁଷ୍କର୍ମ ପୀଡ଼ିତାର ନାମକୁ ଗୋପନୀୟ ରଖାଯାଇଥାଏ । କିନ୍ତୁ  ମୃତ୍ୟୁ  ପରେ ନାମକୁ ସାର୍ବଜନୀନ କରାଯାଇଥାଏ । କିନ୍ତୁ ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆଜି ରୋକ ଲଗାଇଛନ୍ତି । ମରିବା ପରେ ମଧ୍ୟ କୌଣସି ପୀଡ଼ିତାଙ୍କର ନାମକୁ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।  ଜମ୍ମୁ-କାଶ୍ମୀର କଠୁଆ ନାବାଳିକା ଓ ଅନ୍ୟ ପୀଡ଼ିତାଙ୍କ ନାମକୁ ସାର୍ବଜନୀନ କରାଯିବା ଯାଚିକା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ମୃତକଙ୍କ ସମ୍ମାନ ଉପରେ ଚିନ୍ତା କରିବା ଉଚିତ । ନାଁ ଓ ପରିଚୟକୁ ଗୋପନୀୟ ରଖି ଗଣମାଧ୍ୟମ ସବୁବେଳେ ଖବର ପ୍ରକାଶ କରିବା ଉଚିତ ଅଟେ । ପୀଡ଼ିତା ଜୀବିତ ଥାଆନ୍ତୁ କିମ୍ବା କିଶୋର ବା ମାନସିକ ବିକାର ଗ୍ରସ୍ତ ହୁଅନ୍ତୁ ତାଙ୍କ ପରିଚୟକୁ ସାର୍ବଜନୀନ କରାଯିବା ଠିକ୍‌ ନୁହେଁ । ଏହା ତାଙ୍କର ବ୍ୟକ୍ତିଗତ ଅଧିକାର ରହିଛି । ଯଦି ପିଡ଼ୀତା ଜଣଙ୍କ ପ୍ରାଣ ହରାଉଛନ୍ତି ତେବେ ମୃତ ବ୍ୟକ୍ତିଙ୍କର ମଧ୍ୟ ସମ୍ମାନ ରହିଛି । ତେଣୁ ମରିବା ପରେ ମଧ୍ୟ କୌଣସି ଗଣମାଧ୍ୟମ ନାଁକୁ ସାର୍ବଜନୀନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଉଠାଇଥିବା ଏହି ମାମାଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ମେ ୮ ତାରିଖ ହେବ ବୋଲି ସୂଚନା ମିଳିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, କଠୁଆ ପୀଡ଼ିତାଙ୍କ ନାମକୁ ସାର୍ବଜନୀନ କରିବା ଅଭିଯୋଗରେ ୧୨ଟି ଗଣମାଧ୍ୟମ ସଂସ୍ଥାକୁ ୧୦ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି । ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।