ମେଘାଳୟରୁ ସଂପୂର୍ଣ୍ଣ ଭାବେ ହଟିଲା ଆଫସ୍ପା

0
845
afspa revoked
afspa revoked

ନୂଆଦିଲ୍ଲୀ :  ମେଘାଳୟରୁ ଆର୍ମ୍ଡ ଫୋର୍ସ ସ୍ପେଶାଲ ଆକ୍ଟ(ଆଫସ୍ପା)କୁ ସଂପୂର୍ଣ୍ଣ ଭାବେ ହଟାଇ ନେଇଛନ୍ତି କେନ୍ଦ୍ର ସରକାର।  ଅରୁଣାଚଳ ପ୍ରଦେଶର ଅନେକ କ୍ଷେତ୍ରରୁ ମଧ୍ୟ ଏହି ଆକ୍ଟକୁ ହଟାଇ ନିଆଯାଇଛି। ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଶ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେଘାଳୟରୁ ଅଫସ୍ପାକୁ ସଂପୂର୍ଣ୍ଣ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସୋମବାର ମେଘାଳୟରୁ ବିବାଦସ୍ପଦ ଆର୍ମ୍ଡ ଫୋର୍ସ ସ୍ପେଶାଲ ଆକ୍ଟ(ଆଫସ୍ପା)କୁ ସଂପୂର୍ଣ୍ଣ ଭାବେ ହଟାଇ ନେଇଛନ୍ତି।  ଏହି ପରି ଅରୁଣାଚଳ ପ୍ରଦେଶର ଅନେକ କ୍ଷେତ୍ରରୁ ମଧ୍ୟ ଏହି ଆକ୍ଟକୁ ହଟାଇ ନିଆଯାଇଛି।  ଏହି  କାନୁନ ଆଧାରରେ ସୁରକ୍ଷା ବଳଙ୍କୁ ବିଶେଷ ଅଧିକାର ମିଳିଥିଲା, ଯାହାକୁ ଦୀର୍ଘ ଦିନ ଧରି ବିରୋଧ କରାଯାଉଥିଲା।  ୨୦୧୭ ସେପ୍ଟେମ୍ବର ପର୍ୟ୍ୟନ୍ତ ମେଘାଳୟର ୪୦ ପ୍ରତିଶତ ଅଞ୍ଚଳରେ ଅଫସ୍ପା ଲାଗୁ ଥିଲା। ରାଜ୍ୟ ସରକାରଙ୍କ ସହ ବିଚାର ବିମର୍ଶ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେଘାଳୟରୁ ଅଫସ୍ପାକୁ ସଂପୂର୍ଣ୍ଣ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ।  ଏହି ପ୍ରକାର ଅଫସ୍ପା ଏବେ ଅରୁଣାଚଳ ପ୍ରଦେଶର କେବଳ ୮ ପୋଲିସ ଷ୍ଟେସନରେ ଲାଗୁ ହେବ, ଯାହା ଏହା ୨୦୧୭ରେ ୧୬ଟି ପୋଲିସ ଷ୍ଟେସନରେ ଲାଗୁ ହୋଇଥିଲା। ଅନ୍ୟ ଏକ ନିଷ୍ପତ୍ତି କ୍ରମେ ଗୃହ ମନ୍ତ୍ରଣାଳୟ ପୂର୍ବାଞ୍ଚଳରେ ଉଗ୍ରବାଦୀଙ୍କ ପାଇଁ ଆତ୍ମସମର୍ପଣ ଏବଂ ପୁର୍ନାବାସ ନୀତି ଆଧାରରେ ମିଳୁଥିବା ଏକ ଲକ୍ଷ ଟଙ୍କାର ସହାୟତା ରାଶିକୁ ବଢ଼ାଇ ୪ ଲକ୍ଷ ଟଙ୍କା କରିଛନ୍ତି।  ଏହି ନୀତି ୨୦୧୮ ଏପ୍ରିଲ ୧ରୁ ଲାଗୁ ହେବ।

ଏହା ବ୍ୟତୀତ କେନ୍ଦ୍ର ସରକାର ବିଦେଶୀ ନାଗରିକଙ୍କ ଯାତ୍ରା ପାଇଁ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ମଣିପୁର, ମିଜୋରମ ଓ ନାଗାଲାଣ୍ଡ ଯାଉଥିବା ବିଦେଶୀଙ୍କ ପାଇଁ ପ୍ରତିବନ୍ଧିତ କ୍ଷେତ୍ରର ପରମିଟ୍ ଓ ସଂରକ୍ଷିତ କ୍ଷେତ୍ରର ପରମିଟରେ କିଛି ରିହାତି ଦେଇଛନ୍ତି।  ମାତ୍ର  ଉକ୍ତ ଇଲାକାରେ ପରିଦର୍ଶନ ପାଇଁ କିଛି ଦେଶଙ୍କ ଉପରେ ପ୍ରତିବନ୍ଧକ ଏବେ ମଧ୍ୟ ଜାରି ରହିବ।  ଏହି ଦେଶରେ ପାକିସ୍ତାନ, ଆଫଗାନିସ୍ତାନ ଓ ଚୀନ ସାମିଲ ରହିଛି।

ଉଲ୍ଲେଖଯୋଗ୍ୟ ଗତ ୪ ବର୍ଷରେ ପୂର୍ବାଞ୍ଚଳରେ ଉଗ୍ରବାଦ ସମ୍ବନ୍ଧିତ ଘଟଣାରେ ୬୩ ପ୍ରତିଶତ ହ୍ରାସ ଘଟିଛି। ଗୃହ ମନ୍ତ୍ରଣାଳୟ ନିଜର ବୟାନରେ କହିଛି ଯେ ୨୦୧୭ରେ ନାଗରିକଙ୍କ ମୃତ୍ୟୁରେ ୮୩ ପ୍ରତିଶତ  ଓ ସୁରକ୍ଷାବଳଙ୍କ ହତାହତ ହେବା ମାମଲାରେ ୪୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।  ଆର୍ମ୍ଡ ଫୋର୍ସ ସ୍ପେଶାଲ ଆକ୍ଟ(ଆଫସ୍ପା) ସେନାଙ୍କୁ ଜାମ୍ମୁ ଓ କାଶ୍ମୀର ତଥା ପୂର୍ବାଞ୍ଚଳର ବିବାଦୀୟ ଇଲାକାରେ ସୁରକ୍ଷାବଳଙ୍କୁ ବିଶେଷ ଅଧିକାର ପ୍ରଦାନ କରିଥାଏ।  ଏହି ଆକ୍ଟକୁ ନେଇ ବିଗତ ଦିନରେ ବହୁତ ବିବାଦର ସୂତ୍ର ପାତ ଘଟିଛି। ଏହି ଆକ୍ଟର ଦୁରୁପଯୋଗର ଅଭିଯୋଗ ଲଗାଇ ଦୀର୍ଘ ଦିନରୁ  ଏହାକୁ ହଟାଇବାକୁ ଦାବି ହୋଇ  ଆସୁଥିଲା।  ଅଫସ୍ପାର ସେକ୍ସନ ୪ ମୁତାବକ ସୁରକ୍ଷାବଳ କୌଣସି ପରିସରର ତଲାସି ନେବା ଏବଂ ବିନା ଓ୍ଵାରେଣ୍ଟରେ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିବାର ଅଧିକାର ରହିଛି।  ଏହି ଆଧାରରେ ବିବାଦୀୟ ଇଲାକାରେ ସୁରକ୍ଷା ବଳ କୌଣସି ସ୍ତର ପର୍ୟ୍ୟନ୍ତ ଶକ୍ତିର ବ୍ୟବହାର କରି ପାରିବେ।  ସନ୍ଦେହଜନକ ସ୍ଥିତିରେ ସେନା ଯେ କୌଣସି ଗାଡ଼ିକୁ ଅଟକାଇବା, ତଲାସି ନେବା ଏବଂ ଏହାକୁ ସିଜ୍ କରିବାର ଅଧିକାର ରହିଥାଏ।  ବର୍ତ୍ତମାନ ସମୟରେ ଅଫସ୍ପା ପୂର୍ବ ନାଗାଲାଣ୍ଡ, ଆସାମ, ମଣିପୁର(୭ ବିଧାନସଭାକୁ ଛାଡି)ରେ ଲାଗୁ ହୋଇଛି।   ଆସାମ ଓ ମଣିପୁର ରାଜ୍ୟ ସରକାରଙ୍କ ପାଖରେ ଏବେ ଏହି ଅଧିକାର ରହିଛି ଯେ ସେମାନେ ଚାହିଁଲେ ଏହି ଆକ୍ଟକୁ ଲାଗୁ କରି ପାରିବେ କିମ୍ବା ହଟାଇ ମଧ୍ୟ ପାରିବେ।