ମେଘାଳୟରେ ପ୍ରଥମ ଥର ପାଇଁ ଏନଡ଼ିଏ ସରକାର

0
997
sangma
sangma

କନରାଡ଼ ସାଙ୍ଗମା ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

sangma1ମେଘାଳୟ: ଏନପିପି ଅଧ୍ୟକ୍ଷ କନରାଡ଼ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସାଙ୍ଗମା ରବିବାର ଦିନ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କ ସହିତ ସାକ୍ଷାତ କରିଥିଲେ । ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୩୪ ବିଧାୟକଙ୍କ ସମର୍ଥନ ଥିବା ନେଇ ସେ ଦାବି କରିଥିଲେ । ମେଘାଳୟରେ ପ୍ରଥମଥର ପାଇଁ ଏନଡ଼ିଏ ସରକାର ଶାସନ ସମ୍ଭାଳିଛି । ସାଙ୍ଗମା ସମେତ ୧୧ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।