ମୋଦୀ ସରକାରକୁ ମନମୋହନଙ୍କ ଟାର୍ଗେଟ୍ : ଅର୍ଥ ବ୍ୟବସ୍ଥାକୁ ବରବାଦ କରି ଦେଲେ

0
853
manmohan singh
manmohan singh

ନୂଆଦିଲ୍ଲୀ : ଅର୍ଥବ୍ୟବସ୍ଥା, ଆତଙ୍କବାଦ,  ପ୍ରତି ରକ୍ଷା ଓ ବିଦେଶ ନୀତିକୁ ନେଇ ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ୍ କରି ଦେଶର ଅର୍ଥବ୍ୟବସ୍ଥାକୁ ବରବାଦ କରିଥିବାର ଅଭିଯୋଗ କରିଛନ୍ତି। କଂଗ୍ରେସର ୮୪ ତମ ମହାଅଧିବେଶନକୁ ସମ୍ବୋଧିତ କରି ମନମୋହନ ସିଂହ କହିଛନ୍ତି ଯେ କାଶ୍ମୀର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। କେବଳ ଏତିକି ନୁହେଁ ସୀମାରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରହିଥିବା ଆଭିମୁଖ୍ୟ ଉପରେ କଡା ଟିପ୍ପଣୀ କରି ସିଂହ କହିଛନ୍ତି ଯେ କାଶ୍ମୀରର ପରିସ୍ଥିତି ବିଗିଡିବାରେ ଲାଗିଛି। ସୀମାପାର ଆତଙ୍କବାଦୀ ବୃଦ୍ଧି ପାଇଛି ଓ ଆଭ୍ୟନ୍ତୀରଣ ଆତଙ୍କବାଦୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଯାହା ସମସ୍ତ ନାଗରିକଙ୍କ ପାଇଁ ଚିନ୍ତାର ବିଷୟ। ମୋଦୀ ସରକାର ଏହି ସବୁ ସମସ୍ୟାର ସମାଧାନ ପାଇଁ କୌଣସି ଉପାୟ ପାଇ ପାରୁ ନାହାନ୍ତି।

ଜାମ୍ମୁ ଓ କାଶ୍ମୀରର ସମ୍ବନ୍ଧିତ ପକ୍ଷଙ୍କ ସହିତ ଆଲୋଚନା କରିବାର ଯୁକ୍ତି ବାଢି ଏହି ପୂର୍ବତନ ପିଏମ କହିଛନ୍ତି ଜାମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ମାତ୍ର ଆମକୁ ସେଠାରେ କିଛି ସମସ୍ୟାକୁ ବୁଝିବାକୁ ପଡିବ ଏବଂ ଗମ୍ଭୀରତାର ସହିତ ସମସ୍ୟାର ସମାଧାନ କରିବାକୁ ପଡିବ।  ବିଦେଶ ନୀତିକୁ ନେଇ ମୋଦୀ ସରକାରକୁ ଟାର୍ଗେଟ୍ କରି ମନମୋହନ କହିଛନ୍ତି ଯେ, ପାକିସ୍ତାନ,ବାଂଲାଦେଶ, ଶ୍ରୀଲଙ୍କା , ଚୀନ କିମ୍ବା ନେପାଳ ସହିତ ଆମର ସମସ୍ୟା ଥାଇ ପାରେ ମାତ୍ର ଆଲୋଚନା ମାଧ୍ୟମରେ ହିଁ ଏହାର ସମାଧାନର ରାସ୍ତା ବାହାରି ପାରିବ। ପାକିସ୍ତାନ କଥା ଯଦି କୁହାଯାଏ ତେବେ ସେ ତ ଆମର ପଡୋଶୀ ଦେଶ। ତାକୁ ବୁଝାଇବାକୁ ପଡିବ ଯେ ଆତଙ୍କବାଦ ତା ପାଇଁ କେତେ କ୍ଷତି କାରକ।