କେନ୍ଦ୍ରାପଡା : ମେ’ ପହିଲାରୁ ତିନି ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କର ପ୍ରଜନନ ସମୟ ଆରମ୍ଭ ହୋଇଥିବାରୁ ତିନିମାସ ପର୍ଯ୍ୟନ୍ତ ପାଇଁ ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି।
ଭିତର କନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଏବଂ ସାଧାରଣ ଲୋକଙ୍କ ପାଇଁ ୩ ମାସ ବନ୍ଦ ରହିବ। କୁମ୍ଭୀର ମାନଙ୍କ ବସା ଏବଂ ଅଣ୍ଡାଦାନ ପ୍ରକ୍ରିୟାପାଇଁ ଏହା ବନ୍ଦ ରହିବ । ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ଭିତରକନିକା ବନଖଣ୍ଡ ଅଧିକାରୀ ବିମଳ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ବଉଳା କୁମ୍ଭୀରଙ୍କର ପ୍ରଜନନ ସମୟ ଆରମ୍ଭ ହୋଇଥିବାରୁ ତିନିମାସ ପର୍ଯ୍ୟନ୍ତ ପାଇଁ ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହି ସମୟରେ କୁମ୍ଭୀର ମାନଙ୍କୁ ବାଧାଦେଲେ ସେମାନେ କ୍ରୁଧାନ୍ୱିତ ହୋଇ ଆକ୍ରମଣ କରିଥାନ୍ତି । ଏନେଇ ଉଦ୍ୟାନ ଅଧିକାରୀ ପ୍ରତିବର୍ଷ ଏହାକୁ ବନ୍ଦ ରଖିଥାନ୍ତି । ଉଦ୍ୟାନ ମଧ୍ୟରେ ବୋଟଚାଳନାକୁ ମଧ୍ୟ ବନ୍ଦ କରାଯାଇଛି।