ମେ’ ୧ରୁ ରବି ଧାନ ସଂଗ୍ରହ

0
897
paddy procurement
paddy procurement

ଭୁୁବନେଶ୍ୱର :ଆଗାମୀ ମେ’ ୧ ତାରିଖରୁ ରବି ଋତୁର ଧାନ ସଂଗ୍ରହ ପ୍ରକ୍ରିଆ ଆରମ୍ଭ ହେବ । ଏହା ଜୁନ ୩୦ ଯାଏଁ ଚାଲିବ ।  ୧୮ଟି ଜିଲ୍ଲାରୁ ଧାନ ସଂଗ୍ରହ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥବା ବେଳେ ଆଗାମୀ ମେ’ ୧ ତାରିଖରୁ ରବି ଋତୁର ଧାନ ସଂଗ୍ରହ ପ୍ରକ୍ରିଆ ଆରମ୍ଭ ହେବ । ଏହା ଜୁନ ୩୦ ଯାଏଁ ଚାଲିବ । ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରି ନିମନ୍ତେ ୧.୦୫ ଲକ୍ଷ ଚାଷୀ ପଞ୍ଜୀକୃତ କରିଛନ୍ତି । ଏଥିରେ ଭାଗଚାଷୀ ସଂଖ୍ୟା ହେଉଛ ୬ ହଜାର । ରବି ଧାନ ସଂଗ୍ରହ ନେଇ ଗୁରୁବାର ସଚିବାଳୟରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ, ଧାନ ବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଓ ସହଜ କରିବା ସହ ଧାନର ସର୍ବନିମ୍ନ ମୂଲ୍ୟକୁ ଠିକ ସମୟରେ ଆକାଉଣ୍ଟକୁ ପଠାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ୧୮ଟି ଜିଲ୍ଲାରୁ ଧାନ ସଂଗ୍ରହ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରାଯିବ ଓ ଏଥି ପାଇଁ ସମସ୍ତ ତଥ୍ୟର ଆଦାନପ୍ରଦାନ ପି-ପାସ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ହେବ । ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ୧୫୫୦ ଟଙ୍କାର ସହାୟକ ମୂଲ୍ୟ ଦିଆଯିବାକୁ ସ୍ଥିର ହୋଇଛି ।