ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ, ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା

0
752
odisha govt
odisha govt
ଭୁବନେଶ୍ୱର : ରାଜ୍ୟ ସରକାର  ଆଇଏଏସ ସ୍ତରରେ ରାଜ୍ୟ ସରକାର  ଅଦଳବଦଳ କରିଛନ୍ତି। ପର୍ୟ୍ୟଟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି  ।
ଉଚ୍ଚଶିକ୍ଷା ବିଭାଗ ଏସିଏସ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି  । କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଲ ଦେବଙ୍କୁ ପର୍ୟ୍ୟଟନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । ସେ ଏହି ଦାୟିତ୍ୱ ସହ ଓଏଚପିସିର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ  । ପର୍ୟ୍ୟଟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି  । ଶ୍ରୀ ସେଠୀ ସ୍ୱତନ୍ତ୍ର ରିଲିଫ କମିଶନର ଓ ଏମଡ଼ି ଓସଡ଼ମାର ଅତିରିକ୍ତ ଦାୟିତ୍ୱ ତୁଲାଇବେ  । ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ସଚିବ ପୁରୁଷୋତମ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଥିବା ଗୋସ୍ୱାମୀ ଦେବତାଙ୍କୁ ଆଇଜିଆର ଓଡ଼ିଶା ଏବଂ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭି ଜୟକୁମାରଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଧର୍ମଗଡ଼ର ଉପ ଜିଲ୍ଲାପାଳ ଡକ୍ଟର ୟେଦୁଲ୍ଲା ବିଜୟଙ୍କୁ ଘରୋଇ ବିଭାଗର ଅନୁସଚିବ ଏବଂ ଯୋଗାଣ ବିଭାଗର ପରିଚାଳନା ନିର୍ଦେଶକ ନିରଞ୍ଜନ ନାୟକଙ୍କୁ ଏମଡ଼ି ଓଏଲଆଇସି ଭାବେ ବଦଳି କରାଯାଇଛି ।  ଓଡ଼ିଶା ଷ୍ଟେଟ ୱେୟାର ହାଉସିଂର ପରିଚାଳନା ନିର୍ଦେଶକ ସରୋଜ ସାମଲଙ୍କୁ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି  । ଏହା ସହ ତାଙ୍କୁ ଓଡ଼ିଶା ଷ୍ଟେଟ ୱେୟାର ହାଉସିଂର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  ।