ଯବାନଙ୍କ ବସ ଉପରେ ନକ୍ସଲ ଆକ୍ରମଣ : ୨ ସହିଦ

0
859
maoist attack
maoist attack

ରାୟପୁର :   ସିରିୟଲ ବିସ୍ଫୋରଣ କରି ଯବାନଙ୍କ ବସକୁ ଉଡ଼ାଇଛନ୍ତି ନକ୍ସଲ  ।   ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତିଶଗଡ଼ ଗସ୍ତ ପୂର୍ବରୁ  ବିଜାପୁରରେ ହୋଇଛି ନକ୍ସଲ ଆକ୍ରମଣ।  ଏଠାରେ ନକ୍ସଲ ସିରିୟଲ ବିସ୍ଫୋରଣ କରି ଯବାନଙ୍କ ବସକୁ ଉଡ଼ାଇଛନ୍ତି।  ଏହି ଆକ୍ରମଣରେ  ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।  ସାଉଥ ବସ୍ତର ଡିଆଇଜି ସୁନ୍ଦରରାଜ ପି. ଏହି ଘଟଣାର ସୂଚନା ଦେଇଛନ୍ତି।  ନକ୍ସଲମାନେ  ଦୁଇଟି ଆଇଡି ବିସ୍ଫୋରଣ କରିଛନ୍ତି।  ଏହା ପରେ ସିଆରପିଏଫରର ୮୫ ତମ ବାଟାଲିୟନ ଓ ନକ୍ସଲଙ୍କ ମଧ୍ୟରେ  ଗୁଳି ବିନିମୟ ହୋଇଥିଲା। ନକ୍ସଲ ବିଜାପୁରର ମହାଦେବ ଘାଟି ଏବଂ  ଚିନ୍ନାବୋଡକେଲ ମଧ୍ୟରେ  ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି।