ଯଶୋବନ୍ତ ପରିଡା ହତ୍ୟା ଘଟଣା: ମୁଖ୍ୟ ସହଯୋଗୀ ଗିରଫ

0
1341
jashobant
jashobant
ଢେଙ୍କାନାଳ : ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ମୁଖ୍ୟ ସହଯୋଗୀ ସୁବାଷ ଖୁଂଟିଆଙ୍କୁ ଗିରଫ କରିଛି  ପୋଲିସ୍ । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତନାଘନା ଜାରି ରଖିଥିବାବେଳେ  ଅତିଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି କହିଛି ।

 ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ଆଜି ମୁଖ୍ୟ ସହଯୋଗୀ ଗିରଫ ହୋଇଛନ୍ତି । ମୁଖ୍ୟ ସହଯୋଗୀ ସୁବାଷ ଖୁଂଟିଆଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ୍ । ସୂଚନାଯୋଗ୍ୟ କି, ଗତ କିଛି ଦିନ ତଳେ ଢେଙ୍କାନାଳ ଯୁବ ବିଜେଡି ସଭାପତି ଯଶୋବନ୍ତଙ୍କୁ ବିଚ୍ ରାସ୍ତାରେ ହତ୍ୟା କରା ଯାଇଥିଲା । ହତ୍ୟାକାଣ୍ଡ ପରେ ସୁବାଷ ଫେରାର ହୋଇ ଯାଇଥିଲା । ପରେ ସେ କାମାକ୍ଷାନଗର ଅଂଚଳରେ ଲୁଚି ରହିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ତେବେ ଏହି ଘଟଣାରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଜାରି ରଖିଥିବାବେଳେ ଆଜି ମୁଖ୍ୟ ସହଯୋଗୀ ଗିରଫ ହେବା ପରେ  ଅତିଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି କହିଛି ପୋଲିସ୍ ।