ଯାଜପୁର : ଯାଜପୁର ରୋଡ୍ ଅଞ୍ଚଳକୁ ପଶି ଆସିଥିବା ଭାଲୁଟିକୁ ଧରିବା ସମ୍ଭବ ହୋଇପାରିନାହିଁ। ଭାଲୁଟିକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜାଲ ବିଛାଯାଇଛି।
ଯାଜପୁର ରୋଡ୍ ଅଞ୍ଚଳରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଦଳା ବାଇପାସ୍ ନିକଟ ବୁଦା ମୂଳରେ ଭାଲୁଟି ଲୁଚିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଛନ୍ତି। ହେଲେ ଭାଲୁଟିକୁ ଧରିବା ସମ୍ଭବ ହୋଇପାରିନାହିଁ। ଆଜି ଭୋର ସମୟରେ ଭାଲୁଟି ଯାଜପୁର ରୋଡ୍ ଅଞ୍ଚଳକୁ ପଶି ଆସିଥିଲା। ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଟେକା ପଥର ମାଡ଼ କରିବା ସହ କିଛି ବାଣ ମଧ୍ୟ ଫୋପାଡ଼ିଥିଲେ। ଯାହା ଫଳରେ ଭାଲୁଟି ଭୟରେ ବୁଦା ମୂଳରେ ଲୁଚି ରହିଛି। ଭାଲୁଟିକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜାଲ ବିଛାଯାଇଛି।