ଯୁବକଙ୍କ ଗଳାକାଟିଲେ ମାଓବାଦୀ

0
723
maoist
maoist
ମାଲକାନଗିରି : ପୋଲିସ ଇନଫର୍ମର ସନ୍ଦେହରେ  ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି ଲାଲବାହିନୀ । ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
ମାଲକାନଗିରି ସୀମାରେ କିଛି ଦିନର ନିରବତା ପରେ ପୁଣି ସକ୍ରିୟ ହୋଇ ଉଠିଛି ଲାଲବାହିନୀ । ନକ୍ସଲ ଦମନ ପାଇଁ ପୋଲିସ ପଦକ୍ଷେପ ନେଉ ଥିଲେ ମଧ୍ୟ ଥମିବାର ନାଁ ଧରୁନି ମାଓହିଂସା । ମାଥିଲି ତେମୁରୁପାଲୀ ଗାଁରେ ପୁଣି ଜଣଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ସେହି ଗାଁର ଜଗଦିଶ ସମରଥ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି ଲାଲବାହିନୀ । ଘଟଣାସ୍ଥଳରେ ହିନ୍ଦିରେ ଲେଖାଯାଇଥିବା ଏକ ଚିଠି ଛାଡି ଚାଲିଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ରୁ ୧୫ ମାଓବାଦୀ ଆସି ମାଓ ସଭାରେ ଯୋଗ ଦେବାକୁ ଜଗଦିଶଙ୍କୁ ଘରୁ ଡାକି ନେଇଥିଲେ । ମାତ୍ର ତାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିବା ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ଏହି ଘଟଣା ପରେ ଗାଁରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ସେହିପରି କନ୍ଧମାଳ କୋଟଗଡ ମୁନିଗୁଡାର ରେଡ୍ଡିଗୁମ୍ମାରେ ମାଓବାଦୀ ମାନେ ପୋଷ୍ଟର ଲଗାଇଛନ୍ତି । ବଂଶଧରା ଘୁମୁସର ନାଗାବଳୀ କମିଟି ପକ୍ଷରୁ ଲଖାରୀ ସଂରକ୍ଷିତ ଜଙ୍ଗଲରେ ପୋଷ୍ଟର ଲାଗିଛି । ସୁଡ୍ରୁକୁମ୍ପାରେ ପୋଲିସର ଏନ୍‌କାଉଣ୍ଟରକୁ ବିରୋଧ କରି ତାହାର ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି ଲାଲ ସଂଗଠନ । କୋଟଗଡ଼ ରେଡ଼ିଗୁମ୍ମା ଗାଁ ନିକଟରେ ଗଛ କାଟି ରାସ୍ତା ଅବରୋଧ କରିଛି ଲାଲବାହିନୀ । ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ରାସ୍ତା ସଫା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।