କଟକ : ଜଗମୋହନ ଖୋଲିବା ତଥା ମରାମତି ନେଇ ହାଇକୋର୍ଟରେ ରିପୋର୍ଟ ଓ ସତ୍ୟପାଠ ଦାଖଲ ହୋଇଛି। ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ପରବର୍ତୀ ଶୁଣାଣି ହେବ ଓ ଏହି ଦିନ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ହାଇକୋର୍ଟରେ ଜଗମୋହନ ଖୋଲିବା ତଥା ମରାମତି ନେଇ ରିପୋର୍ଟ ଓ ସତ୍ୟପାଠ ଦାଖଲ ହୋଇଛି। ମାତ୍ର ସର୍ବସାଧାରଣଙ୍କ ପାଇଁ ଜଗମୋହନ ଖୋଲାଯିବା ନେଇ ପ୍ରଶାସନ ଦାଖଲ କରିଥିବା ସତ୍ୟପାଠରେ ନିର୍ଦ୍ଦିଷ୍ଟ ତାରିଖ ଉଲ୍ଲେଖ କରି ନ ଥିବାରୁ ମାନ୍ୟବର ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ଦ୍ଦିଷ୍ଟ ଭାବରେ ତାରିଖ ଦର୍ଶାଇବାକୁ ତାଗିଦ୍ କରିଛନ୍ତି। ନିର୍ଦ୍ଦିଷ୍ଟ ତାରିଖ ନ ଦର୍ଶାଇଲେ ମୁଖ୍ୟ ପ୍ରଶାସକଙ୍କୁ କୋର୍ଟରେ ହାଜର ହେବାକୁ ପଡିବ କହି ତାଗିଦ କରିଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ପରବର୍ତୀ ଶୁଣାଣି ହେବ ଓ ଏହି ଦିନ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ କୌଣସି ରିପୋର୍ଟ ଦାଖଲ ହୋଇନାହିଁ। ଏଏସଆଇ ଗୋଟିଏ ରିପୋର୍ଟ ପ୍ରଶାସନକୁ ଦେଇଛି। ଛତିଶାନିଯୋଗ ବୈଠକ ପରେ କୋର୍ଟରେ ରିପୋର୍ଟ ଦାଖଲ କରାଯିବ ବୋଲି ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି।