ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ : ପୋଲିସ ଡିଜି

0
857
RP-Sharma
RP-Sharma
କଟକ :  ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ନେଇ ପୋଲିସ ଡିଜି ପ୍ରକାଶ କରିଛନ୍ତି । ଯାତ୍ରା ସମୟରେ ସାଧା ପୋଷାକରେ ପୋଲିସ ବୁଲିବା ନେଇ ମଧ୍ୟ ଆଲୋଚନା ହୋଇଛି ।
ପୁରୀ ରଥଯାତ୍ରା ପାଇଁ କଟକ ପୋଲିସ ମୁଖ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।  ରଥଯାତ୍ରାକୁ  ଶାନ୍ତିଶୃଂଖଳାର ସହକାରେ ସମ୍ପାଦନ କରିବାକୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକରେ ଶୃଂଖଳିତ ରଥଯାତ୍ରା ନେଇ ଆଲୋଚନା କରାଯାଇଥିବା ନେଇ ପୋଲିସ ଡିଜି ପ୍ରକାଶ କରିଛନ୍ତି । ସ୍ନାନପୂର୍ଣ୍ଣିମାଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯିବ । ସେହିପରି ଟ୍ରାଫିକ ନିୟନ୍ତ୍ରଣ  ଓ ସଡକ ସୁରକ୍ଷା ଉପରେ ଧ୍ୟାନ ଦିଆଯିବ । ଅଧିକ ସଂଖ୍ୟକ ସିସିଟିଭି, ମହିଳା ପୋଲିସ ଏବଂ ଦରକାର ପଡିଲେ କେନ୍ଦ୍ରୀୟ ସୁରକ୍ଷା ବଳ ମଗାଯିବା ନେଇ ସେ ସୂଚନା ଦେଇଛନ୍ତି ଆର୍‌ ପି ଶର୍ମା । ଯାତ୍ରା ସମୟରେ ସାଧା ପୋଷାକରେ ପୋଲିସ ବୁଲିବା ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ, ଗୁଇନ୍ଦା ବିଭାଗ ଆଇଜି , କେନ୍ଦ୍ରାଂଚଳ ଆଇଜି ପ୍ରମୁଖ ଉପସ୍ଥିତ ଥିଲେ ।