ରବିନା ଟଣ୍ଡନଙ୍କ ବିଜ୍ଞାପନ ସୁଟିଂ ପ୍ରସଙ୍ଗ, ଟ୍ୱିଟ କରି ପକ୍ଷ ରଖିଲେ ରବିନା

0
829

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଏକ ବିଜ୍ଞାପନର ସୁଟିଂକୁ ନେଇ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାଁରେ ଥାନାରେ ଏତଲା ହେବା ପରେ ସେ ନିଜେ ଏହାର ମତାମତ ରଖିଛନ୍ତି। ଟ୍ୱିଟ କରି ରବିନା ଏହି ପ୍ରସଙ୍ଗ ଉପରେ ପକ୍ଷ ରଖିଛନ୍ତି । ମନ୍ଦିରର ସୁରକ୍ଷାକର୍ମୀ, ପୂଜାରୀ ସମସ୍ତଙ୍କ ହାତରେ ମୋବାଇଲ ଥିଲା। ସେମାନେ ଭିଡିଓ ରେକର୍ଡିଂ, ଫଟୋ ଓ ସେଲ୍ଫି ନେଉଥିଲେ। ତେଣୁ ମନ୍ଦିରରେ ମୋବାଇଲ ବ୍ୟାନ ବିଷୟରେ ସେ ଜାଣି ପାରି ନ ଥିବା ଟ୍ୱିଟରେ ଲେଖିଛନ୍ତି ରବିନା ।

ravina tandoon

ସୂଚନାଯୋଗ୍ୟ, ଗତ ରବିବାର ରବିନା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ମା ପାର୍ବତୀଙ୍କ ମନ୍ଦିର ମୁଖଶାଳା ନିକଟରେ ବ୍ୟୁଟି ଟିପ୍ସ ଦେଉଥିବାର ଏକ ଭିଡିଓକୁ ସୁଟ୍ ହେଉଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ବିନା ଅନୁମତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବିଜ୍ଞାପନ ସୁଟିଂ କରିଥିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ଥାନାରେ ରବିନାଙ୍କ ନାଁରେ ଗତକାଲି ଏତଲା ଦିଆଯାଇଥିଲା। କିପରି ଏବଂ କେଉଁ ପରିସ୍ଥିତିରେ ରବିନା ମୋବାଇଲ୍ ସହ ଯାଇ ମନ୍ଦିର ଭିତରେ ସୁଟିଂ କଲେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଅଭିଯୋଗ ମିଳିଛି ଓ ଆଇନ୍ ଅନୁଯାୟୀ ତଦନ୍ତ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।