କଟକ : ପୁଣି ଉଠିଛି ରସଗୋଲା ବିବାଦ। ଓଡିଶା ଓ ପଶ୍ଚିମବଙ୍ଗକୁ ନୋଟିସ୍ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି କରିଉଭୟ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ।
କିଛି ମାସର ବ୍ୟବଧାନ ପରେ ପୁଣି ଉଠିଛି ରସଗୋଲା ବିବାଦ। ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦେଖା ଦେଇଥିବା ଏହି ବିବାଦକୁ ନେଇ ଓଡ଼ିଶା ହାଇକୋର୍ଟ ଆଜି ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି। ଏହାକୁ ବିଚାରକୁ ନେବା ପରେ ଉଭୟ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଏହା ବ୍ୟତୀତ ଶ୍ରୀମନ୍ଦିର ପ୍ରଶାସନ, ମୁଖ୍ୟ ଶାସନ ସଚିବ , ପଶ୍ଚିମବଙ୍ଗର ବିଜ୍ଞାନ ପ୍ରଯୁକ୍ତି ପରିଷଦ ଓ ଚେନ୍ନାଇର ଆଇପିକୁ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । କୋର୍ଟଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ଉକ୍ତ ନୋଟିସରେ ଦର୍ଶାଯାଇଛି ।