ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କୁ ବ୍ଲାକ ମେଲିଂ କରିଛନ୍ତି ଜଣେ ରସିକିଆ ନନା । ପୁଣି ଜଣେ ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଜଣେ ମହିଳାଙ୍କ ସହ ଜଣେ ମନ୍ଦିର ପୂଜକଙ୍କୁ ଦେଖିବାକୁ ମିଳିଛି। ଏନେଇ ମହିଳା ଜଣଙ୍କ ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ପୂଜକଙ୍କ ଘର ଝାରପଡ଼ା ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ପୂଜକ ଜଣଙ୍କ ମହିଳାଙ୍କୁ ଘରକୁ ଯିବା ଆସିବା କରୁଥିଲେ। ଏହାରି ମଧ୍ୟରେ ମହିଳାଙ୍କୁ ନିଶାଦେଇ ପୂଜକ ଜଣକ ଆପତ୍ତିଜନକ ଫଟୋ ଉଠାଇଥିଲେ। ତା’ପରେ ଶାରୀରିକ ସମ୍ପର୍କ ଲାଗି ବାଧ୍ୟ କରିଥିଲେ। ହେଲେ ମହିଳା ଜଣଙ୍କ ରାଜି ନହେବାରୁ ଭିଡିଓ ଭାଇରାଲ କରି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।