ରାଜଧାନୀରେ ପୁଣି ଅଗ୍ନିକାଣ୍ଡ

0
847

ଭୁବନେଶ୍ୱର: ରବିବାର ସକାଳୁ ରାଜଧାନୀର ଦୁଇଟି ସ୍ଥାନରେ ପୁଣି ଅଗ୍ନିକାଣ୍ଡ ଘଟିଛି । ସୁଚନା ଅନୁଯାୟୀ, ରାଜଧାନୀର ବମିଖାଲ ସ୍ଥିତ ଏକ ଛାତ୍ରବାସରେ ଓ ଲକ୍ଷ୍ମିସାଗର ସ୍ଥିତ ଶନିମନ୍ଦିର ବସ୍ତିର ଗୋଟିଏ ଘରେ ଅଗ୍ନିକାଣ୍ଡ ଘଟିଛି । ପ୍ରାପ୍ତ ସୁଚନା ଅନୁଯାୟୀ ଅଗ୍ନିକାଣ୍ଡରେ କେହି ବି ଆହତ କିମ୍ବା ମୃତ୍ୟୁ ବରଣ କରି ନାହାଁନ୍ତି । ତେବେ ପ୍ରଥମେ ବମିଖାଲ ସ୍ଥିତ ଏକ ଛାତ୍ରବାସରେ ନିଆଁ ଲାଗିଥିଲା । ଘଟଣାସ୍ଥଳେ ଦମକଳ ବାହୀନି ଓ ଅଗ୍ନଶମ ଅଧିକାରୀ ପହଂଚି ନିଆଁକୁ ଆୟତ କରିଥିଲେ । ବମିଖାଲରେ ଦମକଳ ବାହିନୀ ଶିଘ୍ର ପହଞ୍ଚିଥିବାରୁ ଅଧିକ କିଛି କ୍ଷୟକ୍ଷତି ହୋଇନି ବୋଲି ଜଣାପଡ଼ିଛି । ତେବେ ସକାଳେ ମଂଚେଶ୍ୱର ପୁଲିସ୍ କୌଣସି କାରଣରୁ ଛାତ୍ରବାସରେ ରହୁଥିବା କିଛି ଛାତ୍ରଙ୍କୁ ଉଠାଇ ନେଇଥିଲେ । ତା ପରେ ପରେ ହିଁ ଏମିତି ଅଗ୍ନିକାଣ୍ଡ ଘଟିଛି ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

laxmi sagar N bomikhal

ଅନ୍ୟପକ୍ଷେ ସ୍ଥାନୀୟ ଲକ୍ଷ୍ମୀସାଗର ସ୍ଥିତ ଶନିମନ୍ଦିର ବସ୍ତିରେ ସର୍ଟସକଅିଟ ପାଇଁ ନିଆଁ ଲାଗିଥିବା କଥା ଜଣାପଡ଼ିଛି । ନିଆଁ ଲାଗି ଘରଟି ହୁ ହୁ ହୋଇ ଜଳି ଯାଇଥିଲା । ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଂଚି ନିଅ।।ଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଘରର ସମସ୍ତ ଆସବାଦପତ୍ର ଜଳିଯାଇଛି । ଶେଷରେ ବବହୁ ଉଦ୍ୟମ ପରେ ଅଗ୍ନିଶମ ବିଭାଗ ଅଧିକାରୀ ନିଆଁକୁ ଲିଭାଇଛନ୍ତି । ଅଗ୍ନିକାଣ୍ଡରେ କେହି ଆହତ କିମ୍ବା ମୃତ୍ୟୁ ବରଣ କରି ନାହାଁନ୍ତି ବୋଲି ସୁଚନା ମିଳିଛି । fire incidentt bbsr
ଏଠାରେ ଉଲ୍ଲେଖ ଥାଉକି ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ସତସଙ୍ଗବିହାର ରାସ୍ତାର ବିପରୀତ ପାଶ୍ୱର୍ରେ ଥୁଆ ହୋଇଥିବା ଏକ ଟୁରିଷ୍ଟ ବସ୍ରେ ନିଆଁ ଲାଗିଥିଲା । ଖାଲି ବସ୍ ନୁହେ ବସ୍ର ପାଶ୍ୱର୍ରେ ଏକ କେଭିନ୍ରେ ମଧ୍ୟ ନିଆଁ ଲାଗିଥିଲା । ସେ ଘଟଣାର ୪ ଦିନ ପୂର୍ବରୁ ରସୁଲଗଡ଼ ସ୍ଥିତ ବସ୍ତିରେ ସ୍ୱାମୀ ସ୍ତ୍ରୀଙ୍କ ପାଟିଗୋଳରୁ ଏକ ବିରାଟ ଅଗ୍ନିକାଣ୍ଡ ଘଟିଥିଲା । ସେହିପରି ଗତ ବର୍ଷ ଜୁନ ମାସରେ କଳ୍ପନା ଛକରେ ଏକ ଯାତ୍ରୀବାହୀ ବସ୍ ଜଳିଯାଇଥିବାବେଳେ ସେହିବର୍ଷ ମେ ମାସରେ ଭୁବନେଶ୍ୱର-କଟକ ରୋଡ଼ରେ ‘ନିଶା’ ନାମ୍ନୀ ଏକ ଘରୋଇ ବସ୍ ଗୋଟିଏ ବାଇକକୁ ଧକ୍କା ଦେବା ପରେ ଜଳି ଯାଇଥିଲା । କିଛି ଦିନ ତଳେ କଳ୍ପନା ଛକ ନିକଟରେ ଏକ ଘରୋଇ ବସ୍ ଜଳି ଯାଇଥିବା ଖବର ସାମ୍ନାକୁ ଆସିଥିଲା । ରାଜଧ।ନୀରେ ଦିନକୁ ଦିନ ବଢୁଥିବା ଅଜ୍ନିକାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।