ଭୁବନେଶ୍ୱର : ରାଜଧାନୀରେ ପୁଣି ହାଇପ୍ରୋଫାଇଲ ସେକ୍ସ ରାକେଟ୍। ରାଜଧାନୀର ବାପୁଜୀନଗର ଅଞ୍ଚଳରୁ ୮ ବିଦେଶିନୀ ଙ୍କୁ ଉଦ୍ଧାର କରାଯାଇଛି।
ଭୁବନେଶ୍ୱରରେ ପୁଣି ଥରେ ହାଇପ୍ରୋଫାଇଲ ସେକ୍ସ ରାକେଟ୍ ଠାବ ହୋଇଛି। ରାଜଧାନୀର ବାପୁଜୀନଗର ଅଞ୍ଚଳ ସ୍ଥିତ ‘ଏଚଟୁଓ ସ୍ପା’ରୁ ଏହି ସେକ୍ସ ରାକେଟକୁ ଧରିବାରେ ସକ୍ଷମ ହୋଇଛି କ୍ୟାପିଟାଲ ଥାନା ପୋଲିସ । ସେଠାରୁ ଥାଇଲ୍ୟାଣ୍ଡର ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ପା ମ୍ୟାନେଜର ସମେତ ୭ ଗ୍ରାହକଙ୍କୁ ଗିରଫ କରାଯାଇଛି। ବିଜ୍ନେସ ଭିସାରେ ୮ ଜଣ ଯୁବତୀ ଥାଇଲାଣ୍ଡରୁ ଆସିଥିଲେ ବୋଲି ପ୍ରାରମ୍ଭିକ ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୭ ନଭେମ୍ବର ୨୦୧୭ ମସିହାରେ ମଧ୍ୟ ଅନୁରୂପ ଭାବରେ ଭୁବନେଶ୍ୱର ଖାରବେଳ ନଗର ଥାନା ୟୁନିଟ୍-୩ ଅଞ୍ଚଳର ଏକ ସ୍ପା ସେଣ୍ଟରରୁ ସେକ୍ସ ରାକେଟ ଧରାପଡିଥିଲା। ଏହି ମାମଲାରେ ପୋଲିସ ଥାଇଲାଣ୍ଡର ୩ ଯୁବତୀଙ୍କ ସମେତ ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା।