ରାଜ୍ୟଗୋଷ୍ଠୀରେ ଭାରତ ପାଇଁ ଭଲ ଖବର : ୬ଟି ସ୍ଵର୍ଣ୍ଣ ସହ ମୋଟ୍ ଜିତିଲା ୧୧ ପଦକ

0
945
indian athlete
indian athlete

ଗୋଲ୍ଡ କୋଷ୍ଟ :  ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆସୁଛି  ଭଲ ଖବର । ସୁପର ସଣ୍ଡେରେ ଭାରତ ଦୁଇଟି ସ୍ଵର୍ଣ୍ଣ ସହିତ ପାଞ୍ଚଟି ପଦକ ଜିତି ସାରିଲାଣି।  ମହିଳା ବର୍ଗରେ ୧୦ ମିଟର ଏୟାର ପିସ୍ତଲରେ ୧୬ ବର୍ଷୀୟ ମନୁ ଭାକର  ଦେଶ ପାଇଁ ଷଷ୍ଠ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଅପର ପକ୍ଷେ ହିନା ସିଦ୍ଧୁ ଦ୍ଵିତୀୟ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।  ଫାଇନାଲ ମୁକାବିଲାରେ ସିଦ୍ଧୁ ୨୪୦.୯ ଅଙ୍କ ହାସଲ କରିଥିବା ବେଳେ ମନୁ ୨୩୪ ଅଙ୍କ ପାଇଥିଲେ।  ପୁରୁଷ ବର୍ଗରେ ରବି କୁମାର ୧୦ ମିଟର ଏୟାର ରାଇଫଲରେ  ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି।

ଏହା ପରେ ବିକାଶ ଠାକୁର ମଧ୍ୟ ୯୪ କିଲୋ ଗ୍ରାମ ଭାରୋତ୍ତୋଳନରେ ୩୯୧ କିଲୋଗ୍ରାମ ଭାର ଉଠାଇ ଭାରତକୁ କାଂସ୍ୟ ପଦକ ଦେଇଛନ୍ତି।  ଏହି ପରି ଭାରତ ମୋଟ୍ ୬ଟି ସ୍ଵର୍ଣ୍ଣ, ୨ଟି ରୌପ୍ୟ, ୩ଟି କାଂସ୍ୟ ମୋଟ୍ ୧୧ଟି ପଦକ ହାସଲ କରି ତାଲିକାରେ ତୃତୀୟ ସ୍ଥାନରେ ରହିଛି।