ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସୁଶୀଲଙ୍କ ସ୍ଵର୍ଣ୍ଣ ହାଟ୍ରିକ

0
1241
India's Sushil Kumar
India's Sushil Kumar

ନୂଆଦିଲ୍ଲୀ :  ଭାରତର  କୁସ୍ତି ଯୋଦ୍ଧା ସୁଶୀଲ କୁମାର  କେବଳ ଗୋଟିଏ ମିନିଟରେ ନିଜର ପ୍ରତିଦ୍ଵନ୍ଦୀଙ୍କୁ ଚିତ୍ କରି ରାଜ୍ୟ ଗୋଷ୍ଠୀ କ୍ରୀଡାରେ ନିଜର ତିନୋଟି ସ୍ଵର୍ଣ୍ଣ ହାସଲ କରିଛନ୍ତି।  ଏହି ସଫଳତା ପରେ ଭାରତ ମୋଟ୍ ୧୪ଟି ସ୍ଵର୍ଣ୍ଣ ଜିତିଛି।

୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ  ରେସଲର  ସୁଶୀଲ କୁମାର  ୭୪ କିଲୋଗ୍ରାମ ଓଜନ ବର୍ଗରେ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କୁ ଚିତ୍ କରି  ଦେଶକୁ ଚତୁର୍ଥ ସ୍ଵର୍ଣ୍ଣ ଦେଇଛନ୍ତି।  ଭାରତର ମହାନ କୁସ୍ତି ଯୋଦ୍ଧା ସୁଶୀଲ କୁମାର  କେବଳ ଗୋଟିଏ ମିନିଟରେ ନିଜର ପ୍ରତିଦ୍ଵନ୍ଦୀଙ୍କୁ ଚିତ୍ କରି ରାଜ୍ୟ ଗୋଷ୍ଠୀ କ୍ରୀଡାରେ ନିଜର ତିନୋଟି ସ୍ଵର୍ଣ୍ଣ ହାସଲ କରିଛନ୍ତି।ଏହି ସଫଳତା ପରେ ଭାରତ ମୋଟ୍ ୧୪ଟି ସ୍ଵର୍ଣ୍ଣ ଜିତିଛି। ସୁଶୀଲ ପୁରୁଷର ୭୪ କିଲୋଗ୍ରାମ ଓଜନ ପ୍ରତିଯୋଗିତାରେ ଆଫ୍ରିକାର ଜୋହାନେସ ବୋଥାଙ୍କୁ ୧୦-୦ରେ  ମାତ୍ ଦେଇଛନ୍ତି।  ଏହା ପୂର୍ବରୁ ସୁଶୀଲ ୨୦୧୦ ଦିଲ୍ଲୀ ଓ ୨୦୧୪ ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।  ଏହି ବିଜୟ ସହିତ ସେ ସ୍ଵର୍ଣ୍ଣ ପଦରେ ହାଟ୍ରିକ ମାରିଛନ୍ତି।  ସୁଶୀଲ କୁମାର ଦୁଇଟି ଅଲିମ୍ପିକ ପଦକ ମଧ୍ୟ ଜିତିଛନ୍ତି। ସେ ଅଲିମ୍ପିକରେ କାଂସ୍ୟ ଓ ରୌପ୍ୟ ପଦକ ଜିତିଛନ୍ତି। ରିଓ ଅଲିମ୍ପିକରେ ତାଙ୍କୁ ଭାଗ ନେବାକୁ  ସୁଯୋଗ ମିଳିନଥିଲା।  ସୁଶୀଲ ଏହି ମ୍ୟାଚରେ ବୋଥାଙ୍କ ଉପରେ ଭାରି ପଡିଥିଲେ। ସେ ବୋଥାଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହା ପୂର୍ବରୁ ସେମି ଫାଇନାଲରେ ସୁଶୀଲ ଅଷ୍ଟ୍ରେଲିଆର କୋନୋର ଇଭାନ୍ସଙ୍କୁ ୪-୦ରେ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲେ। ସୁଶୀଲ ଏହା ପୂର୍ବରୁ କ୍ଵାର୍ଟର ଫାଇନାଲରେ  ପାକିସ୍ତାନ ମହମ୍ମଦ ବଟଙ୍କୁ ୪-୦ରେ ପରାସ୍ତ କରିଥିଲେ।