ନୂଆଦିଲ୍ଲୀ : ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି ମୀରାବାଈ ଚାନୁ ।ତିନୋଟି ଉଦ୍ୟମରେ(୮୦ କେ. ଜି., ୮୪ କେ. ଜି. ଏବଂ ୮୬ କେ. ଜି) ଏହି ସଫଳତା ହାସଲ କରିଛନ୍ତି। ଗୁରୁବାର ଦିନ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୀରାବାଈ ଚା ନୁ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ଚାନୁ ରାଜ୍ୟଗୋଷ୍ଠୀ ଏବଂ କ୍ରୀଡ଼ା ରେକର୍ଡ ଭଙ୍ଗ କରି ତିନୋଟି ଉଦ୍ୟମରେ(୮୦ କେ. ଜି., ୮୪ କେ. ଜି. ଏବଂ ୮୬ କେ. ଜି) ଏହି ସଫଳତା ହାସଲ କରିଛନ୍ତି। ତା’ପରେ ସେ ନିଜ ଶରୀର ଓଜନର ଦୁଇଗଣ (୧୦୩ କେ. ଜି., ୧୦୭ କେ. ଜି. ଏବଂ ୧୧୦ କେ. ଜି) ତିନି ସଫଳ ଉଦ୍ୟମରେ ହାସଲ କରି ହାରାହାରି ଗେମ୍ ରେକର୍ଡ ଭଙ୍ଗ କରିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏକକ ଏବଂ ଯୁଗଳ ବର୍ଗ ବ୍ୟାଡମିଣ୍ଟନରେ ଶ୍ରୀଲଙ୍କାକୁ ୫-୦ରେ ହରାଇବା ପରେ ଆଜି ଭାରତର ମୁକାବିଲା ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନ ସହ ହୋଇଛି। ଏହି ମୁକାବିଲାରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପାକିସ୍ତାନକୁ ୫-୦ରେ ମାତ୍ ଦେଇ ନିଜର କମାଲ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତ ପକ୍ଷରୁ ଯୁଗଳ ବ୍ୟାଡମିଣ୍ଟନରେ ସାତ୍ଵିକ ରୈନକିରେଡୀ ଓ ଏନ. ସିକ୍କି ଯୋଡ଼ି ପାକିସ୍ତାନର ମୋହମ୍ମଦ ଇରଫାନ ସଇଦ ଭଟ୍ଟୀ ଓ ପଲବାଶାଙ୍କ ଯୋଡିକୁ ୨୧-୧୦, ୨୧-୧୩କୁ ପରାଜିତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ ଦ୍ଵିତୀୟ ମୁକାବିଲା ପୁରୁଷ ଏକକ ବର୍ଗରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଓ ପାକିସ୍ତାନର ମୁରାଦ ଅଲୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଶ୍ରୀକାନ୍ତ ଏହି ମ୍ୟାଚକୁ ୨୧-୧୬, ୨୨-୨୦ରେ ଜିତି ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଗତ ବର୍ଷ ଚାରୋଟି ସୁପର ସିରିଜ ଉପରେ କବଜା କରିଥିବା ଶ୍ରୀକାନ୍ତଙ୍କୁ ମିରାଦ କଡ଼ା ଟକ୍କର ଦେଇଥିଲେ।
ଏହା ପରେ ତୃତୀୟ ମୁକାବିଲାରେ ବିଶ୍ଵ ପ୍ରସିଦ୍ଧ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ଵାଲ ଓ ପାକିସ୍ତାନର ମହୁର ସେହଜାଦଙ୍କ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚକୁ ଅନୁଭବୀ ସାଇନା ପାକିସ୍ତାନୀ ଖେଳାଳିଙ୍କୁ ୨୧-୯, ୨୧-୧୧ ଅତି ସହଜରେ ପରାସ୍ତ କରି ଭାରତକୁ ୩-୦ରେ ଅଗ୍ରଣୀ କରାଥିଲେ। ଏହି ପରି ଚତୁର୍ଥ ପୁରୁଷ ଯୁଗଳ ବର୍ଗରେ ପ୍ରଣବ ଚୋପ୍ରା ଓ ଚିରାଗ ସେଟ୍ଟୀ ଯୋଡିଙ୍କ ମୁକାବିଲା ପାକିସ୍ତାନର ମୋହମ୍ମଦ ଇରଫାନ ସଇଦ ଭଟ୍ଟୀ ଓ ମୁରାଦ ଅଲ୍ଲୀଙ୍କ ମଧ୍ୟରେ ହୋଇଛି। ଭାରତୀୟ ଯୋଡି ଏହି ମୁକାବିଲାକୁ ୨୧-୯, ୨୧-୧୫ରେ ନିଜ ନାମରେ କରିଥିଲେ। ଏହା ପରେ ଅନ୍ତିମ ମୁକାବିଲାରେ ଭାରତର ମହିଳା ଯୁଗଳ ବର୍ଗରେ ଅଶ୍ଵିନି ପୋନପ୍ପା –ରୁତ୍ଵିକା ଗାଡେ ଏବଂ ପାକିସ୍ତାନର ମହୂର ସେହଜାଦ-ପଲବାଶା ବସିରଙ୍କ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ଯୋଡି ପ୍ରଥମ ସେଟକୁ ୨୧-୬ ଏବଂ ଦ୍ଵିତୀୟ ସେଟକୁ ୨୧-୧୦ରେ ଜିତି ନେଇ ଭାରତକୁ ପାକିସ୍ତାନ ବିପକ୍ଷରେ ୫-୦ରେ ବିଜୟୀ କରାଇଛନ୍ତି।