ରାଜ୍ୟଗୋଷ୍ଠୀ କ୍ରୀଡା: ସିନ୍ଧୁ ଧରିବେ ତ୍ରିରଙ୍ଗା

0
827
P V Sindhu
P V Sindhu

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରିଡାରେ ପିଭି ସିନ୍ଧୁ ଧରିବେ ଭାରତର ତ୍ରିରଙ୍ଗା । ୨୦୧୬ ଅଲମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁଙ୍କୁ ଭାରତର ନେତୃତ୍ୱ ନେବାରେ ସୁଯୋଗ ମିଳିଛି।  ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆଗାମୀ ଏପ୍ରିଲ ୪ରେ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରିଡାରେ ଷ୍ଟାର ସଟଲର ପିଭି ସିନ୍ଧୁ ଭାରତର ତ୍ରିରଙ୍ଗା ଧରିବେ। ଭାରତୀୟ ଅଲମ୍ପିକ୍ସ ସଂଘ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୨୦୧୬ ଅଲମ୍ପିକ୍ସ ରୌପ୍ୟ ପଦକ ବିଜୟିନୀଙ୍କୁ ଭାରତର ନେତୃତ୍ୱ ନେବାରେ ସୁଯୋଗ ମିଳିଛି।

ରିଓ ଅଲମ୍ପିକ୍ସରେ ସିନ୍ଧୁ ୨ ବର୍ଷ ତଳେ ରୌପ୍ୟ ପଦକ ହାସଲ କରିଥିଲେ। ହାଇଦ୍ରାବାଦର ଝିଅ ସିନ୍ଧୁ ବିଶ୍ୱର ୩ ନମ୍ବର ଖେଳାଳି ବ୍ୟାଡମିଣ୍ଟନ ମହିଳା ଏକକ ବର୍ଗରେ ଗୋଲ୍ଡକୋଷ୍ଟରେ ପଦକ ଜିଣିବାକୁ ଅନେକ ଆଶା ରଖିଛନ୍ତି।   ବର୍ଷ ୨୦୧୪ରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ସିନ୍ଧୁଙ୍କୁ କାଂସ୍ୟ ପଦକ ମିଳିଥିଲା। ଭାରତ ପକ୍ଷରୁ ୨୦୧୪ରେ ଭାରତର ଜାତୀୟ ପତାକାକୁ ପିସ୍ତର ସୁଟର ବିଜୟ କୁମାର ଧରିଥିବା ବେଳେ ୨୦୦୮ ଅଲମ୍ପିକ ଚମ୍ପିଅନ ସୁଟର ଅଭିନବ ବିନ୍ଦ୍ରା ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତ୍ରିରଙ୍ଗା ଧରିଥିଲେ। ବର୍ଷ ୨୦୦୬ ମେଲବୋର୍ଣ୍ଣ ଗେମ୍ସରେ ଭାରତରୁ ସୁଟର ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ତ୍ରିରଙ୍ଗା ଧରିଥିଲେ।