ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଆଜି ଉଦଘାଟନ, ୨୭୫ ଇଭେଣ୍ଟ

0
877
commonwealth games 2018
commonwealth games 2018

ଗୋଲ୍ଡକୋଷ୍ଟ : ଆଜିଠୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାକୁମ୍ଭ।  ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଠାରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟାରେ ଉଦଘାଟନ ହେବାକୁ ଥିବା ଏହି ଖେଳ ମହାକୁମ୍ଭରେ ୧୯ଟି ଖେଳର ୨୭୫ଟି ଇଭେଣ୍ଟ ଅନୁଷ୍ଠିତ ହେବ ।

ବୁଧବାର ଠାରୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଆଗାମୀ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ଏହି ପ୍ରତିଯୋଗିତାରେ ୭୧ ଦେଶ ଭାଗ ନେଇଛନ୍ତି । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟାରେ ଉଦଘାଟନ ହେବାକୁ ଥିବା ଏହି ଖେଳ ମହାକୁମ୍ଭରେ ୧୯ଟି ଖେଳର ୨୭୫ଟି ଇଭେଣ୍ଟ ଅନୁଷ୍ଠିତ ହେବ । ଦୀର୍ଘ ଅଢ଼େଇ ଘଣ୍ଟା ଧରି ରାଜ୍ୟଗୋଷ୍ଠୀ କ୍ରୀଡ଼ଶର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ବ୍ରିଟିଶ ଶାସନାଧୀନ ରାଷ୍ଟ୍ରଗୁଡ଼ିକର ଖେଳାଳିମାନେ ଏଥିରେ ଭାଗ ନେଇ ନିଜ ନିଜ ଉତ୍କର୍ଷତା ପ୍ରତିପାଦନ କରିବାକୁ ସୁଯୋଗ ପାଇଥାନ୍ତି । ଭାରତରେ ୨୦୧୦ରେ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥିବା ବେଳେ ଚଳିତ ରାଜ୍ୟଗୋଷ୍ଠୀ କ୍ରଡ଼ାରେ ୨୭୫ଟି ସ୍ୱର୍ଣ୍ଣ ପଦକ ପାଇଁ ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବାକୁ ଯାଉଛି ।  ଉଦଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ପ୍ରକଳ୍ପ ଓ କଳା ନିର୍ଦ୍ଦେଶକ ଡେଭିଡ଼ ଜୋଲକ୍ସେ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ବିଶ୍ୱବାସୀଙ୍କୁ ଏକ ନିଆରି ଢଙ୍ଗରେ କର୍ଯ୍ୟକ୍ରମ ଦେଖାଇବାକୁ ସେ ସଙ୍କଳ୍ପବଦ୍ଧ । ସେ ୨୦୦୪ ଏଥେନ୍ସ ଓ ୨୦୦୮ ବେଜିଂ ଅଲିମ୍ପିକ୍ସରେ ପ୍ରସ୍ତୁତି ଦେଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦଘାଟନୀ ଉତ୍ସବ ପାଇଁ ୪୦୦୦ ସ୍ୱେଚ୍ଛାସେବୀଙ୍କୁ ରଖାଯାଇଛି ।

ସୂଚନାଯୋଗ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ଏଥର ୩୨୫ ଜଣ ଭାରତୀୟ ପ୍ରତିନିଧି ଯୋଗ ଦେଇଛନ୍ତି । କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  କ୍ରୀଡ଼ା ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ପ୍ରତିନିଧି ଦଳରେ ୨୨୫ ଜଣ ଖେଳାଳି, ୫୮ ପ୍ରଶିକ୍ଷକ, ୧୭ ଡାକ୍ତର ଓ ଫିଜିଓଥେରାପିଷ୍ଟ, ୭ ପରିଚାଳକ ଏବଂ ୨୨ ଅଧିକାରୀ ରହିଛନ୍ତି । ସେହିଭଳି ଦୌଡ଼କୁଦରେ ୩୧, ବନ୍ଧୁକଚାଳନାରେ ୨୭, ଭାରୋତ୍ତୋଳନରେ ୧୬, କୁସ୍ତିରେ ୧୨, ମୁଷ୍ଟିଯୁଦ୍ଧରେ ୧୨, ବ୍ୟାଡମିଣ୍ଟନରେ ୧୦, ସାଇକେଲ ଚାଳନାରେ ୯, ଜିମ୍ନାଷ୍ଟିକରେ ୭, ଟେବୁଲ ଟେନିସରେ ୧୦, ସ୍ୱାସରେ ୬, ଲନ ବଲରେ ୧୦, ହକିରେ ୩୬ ଓ ବାସ୍କେଟବଲରେ ୨୪ ଜଣ ଖେଳାଳି ଭାଗନେବେ ।