ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଗୌରବ, ସଞ୍ଜୀବଙ୍କୁ ସ୍ୱର୍ଣ୍ଣ

0
914
gourav and sanjib
gourav and sanjib

ଗୋଲ୍ଡ କୋଷ୍ଟ : ଭାରତୀୟ ମୁଷ୍ଠିଯୋଦ୍ଧା ମେରି କମ୍‌ଙ୍କ  ପରେ ଗୌରବ ସେଲାଙ୍କିଙ୍କ ସହିତ ସଞ୍ଜୀବ ରାଜପୁତ ଭାରତକୁ ଆଜି  ସ୍ୱର୍ଣ୍ଣ ପଦକ ଦେଇଛନ୍ତି।

ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଚାଲିଥିିିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୦ମ ଦିନରେ ତିନୋଟି ସ୍ୱର୍ଣ୍ଣ ପଦକ ପାଇଛି। ଭାରତୀୟ ମୁଷ୍ଠିଯୋଦ୍ଧା ମେରି କମ୍‌, ଗୌରବ ସେଲାଙ୍କିଙ୍କ ସହିତ ସଞ୍ଜୀବ ରାଜପୁତ ଭାରତକୁ ଆଜି ଏହି ୩ଟି ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଆଜି ଭାରତୀୟ ସୁଟର ସଞ୍ଜୀବ ରାଜପୁତ ୫୦ ମିଟର ରାଇଫଲରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ସଞ୍ଜୀବ ଏହି ବର୍ଗରେ ୪୫୪-୫ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ଜିଣିଥିବା ବେଳେ କାନାଡାର ଗର୍ଜିଗୋଜ ୪୪୮.୪ ପଏଣ୍ଟ ସହିତ ରୌପ୍ୟ ଓ ଇଂଲଣ୍ଡର ଡିନ୍‌ ବେଲେ ୪୪୧-୨ ସହିତ ବ୍ରୋଞ୍ଜ ପଦକ ଜିଣିଛନ୍ତି।
ସେହିପରି ୫୨ କିଲୋଗ୍ରାମ ବର୍ଗ ବକ୍ସିଂରେ ଭାରତର ଗୌରବ ସୋଲାଙ୍ଗି ଭାରତ ପାଇଁ ଗୌରବ ଆଣି ସୁବର୍ଣ୍ଣ ପଦକ ଜିଣିଛନ୍ତି। ଶ୍ରୀ ସୋଲିଙ୍କି ଉତ୍ତର ଆୟାରଲ୍ୟାଣ୍ଡ ବ୍ରେଡନ ଇବ୍ରେନଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଏଥିସହିତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତ ୩ଟି ସ୍ୱର୍ଣ୍ଣ ପଦକ ଜିଣିବା ସହିତ ପଦକ ତାଲିିକାରେ ୨୦ଟି ସ୍ୱର୍ଣ୍ଣ ସହିତ ତୃତୀୟ ସ୍ଥାନରେ ରହିଛି।