ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମେରୀକମଙ୍କୁ ସ୍ୱର୍ଣ୍ଣ ପଦକ

0
988
mary com
mary com

ଗୋଲ୍ଡକୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଷ୍ଟାର ବକ୍ସର ଏମ.ସି. ମେରୀକମ  ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ।  ୫ଥର ୱାଲର୍ଡ ଚମ୍ପିଅନ ମେରିକମଙ୍କ ଏହା ହେଉଛି ପ୍ରଥମ ରାଜ୍ୟଗୋଷ୍ଠୀ ପଦକ ।

ଭାରତର ଷ୍ଟାର ବକ୍ସର ଏମ.ସି. ମେରୀକମ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଠାରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ସେ ଆୟରଲାଣ୍ଡର କ୍ରିଷ୍ଟିନା ଓହୋରାଙ୍କୁ ୫-୦ରେ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ୫ଥର ୱାଲର୍ଡ ଚମ୍ପିଅନ ମେରିକମଙ୍କ ଏହା ହେଉଛି ପ୍ରଥମ ରାଜ୍ୟଗୋଷ୍ଠୀ ପଦକ ।  ସୂଚନାଯୋଗ୍ୟ, ଭାରତକୁ ଏପର୍ଯ୍ୟନ୍ତ ୪୩ଟି ପଦକ ମିଳିଥିବା ତାଲିକାର ୩ୟ ସ୍ଥାନ ଦଖଲ କରିଛି।  ୮ମ ଦିନରେ ଗୁରୁବାର ଅଦ୍ଭୁତପୂର୍ଣ୍ଣ ସଫଳତା ମିଳିବା ପରେ ଭାରତୀୟ ଖେଳାଳିମାନେ ୯ମ ଦିନରେ ଶୁକ୍ରବାର ୩ଟି ସ୍ୱର୍ଣ୍ଣ ପଦକ ଆଣିଛନ୍ତି। କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଭାରତ ପାଇଁ ୧୭ତମ ସ୍ୱର୍ଣ୍ଣ ଆଇଛନ୍ତି। ତାଙ୍କ ପୂର୍ବରୁ ପୁରୁଷ ଫ୍ରି ଷ୍ଟାଇଲ ୬୫ କିଲୋ ବର୍ଗରେ ବଜରଙ୍ଗ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ତାଙ୍କ ପୂର୍ବରୁ ଯୁବ ସୁଟର ଅନିଶ ୨୫ମିଟର ରାପିଡ ଫାୟାର ପିସ୍ତଲରେ ୧୬ତମ ସ୍ୱର୍ଣ୍ଣ ପଦକ ଆଣିଥିଲେ। ସେହିଭଳି ୯ମ ଦିନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଥିଲେ ସେଜସ୍ୱିନୀ ସାଓ୍ଵନ୍ତ।  ଅଞ୍ଜୁମ ମୌଦଗିଲ ୫୦ ମିଟର ରାଇଫଲ ୩ ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି। କୁସ୍ତିଯୋଦ୍ଧା ଭାରତୀୟ ପୂଜା ଧଣ୍ଡା ନାଇଜେରିଆର ପ୍ରତିନ୍ଦନ୍ଦୀ ଓଡୁନାଓଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ। ବାଂଲାଦେଶର ଶେରିନ ସୁଲତାନାଙ୍କ ଠାରୁ ମହିଳା ୬୮ କିଲୋ ଫ୍ରି ଷ୍ଟାଇଲ କୁସ୍ତିଯୁଦ୍ଧରେ ପରାସ୍ତ ହେବାର ପରେ ଦିବ୍ୟା କକରନଙ୍କୁ କାଂସ୍ୟ ପଦକ ମିଳିଥିଲା। କୁସ୍ତିଯୁଦ୍ଧରେ ଭାରତର ଶେଷ ପଦକ ଆଣିଥିଲେ ମୌସମ ଖାତରି। ଭାରତ ଏପର୍ୟ୍ୟନ୍ତ ସମୁଦାୟ ୪୨ଟି ପଦକ ଆଣି ପଦକ ତାଲିକାରେ ୩ୟ ସ୍ଥାନରେ ରହିଛି। ଏଥିରେ ୧୭ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୫ଟି କାଂସ୍ୟ ପଦକ ସାମିଲ।

ଗୋଲଡ୍କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଧିକ ପଦକ ଆଣିବାରେ ଅଷ୍ଟ୍ରେଲିଆ ହେଉଛି ଶ୍ରେଷ୍ଠ ଦେଶ। ଅଷ୍ଟ୍ରେଲିଆକୁ ସର୍ବାଧିକ ୬୫ଟି ସ୍ୱର୍ଣ୍ଣ, ୪୯ଟି ରୌପ୍ୟ ଓ ୫୧ଟି କାଂସ୍ୟ ପଦକ ମିଳିଛି। ଇଂଲଣ୍ଡକୁ ୩୦ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୪ଟି କାଂସ୍ୟ ପଦକ ମିଳିଛି।