ଗୋଲ୍ଡ କୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିଙ୍ଗଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମାଣିକା ବାତ୍ରା । ସେ ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି । ରବିବାରଦିନ ସେ ମିକ୍ସଡ ଡବଲ୍ସ ଇଭେଣ୍ଟରେ କାଂସ୍ୟ ପଦକ ପାଇଁ ଲଢିବେ ।
ଦେଶର ପ୍ରଥମ ମହିଳା ଭାବେ ମାଣିକା ବାତ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିଙ୍ଗଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶନିବାର ଅପରାହ୍ନରେ ସେ ସିଂଗାପୁରର ମେୟୁଙ୍ଗୁ ୟୁଙ୍କୁ ୧୧-୭, ୧୧-୬, ୧୧-୨ ଓ ୧୧-୭ ରେ ହରାଇଛନ୍ତି । ଏହା ପୂର୍ବରୁ ସେ ମହିଳା ମିକ୍ସଡ୍ ଟିମ ଇଭଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ସିଙ୍ଗଲ୍ସ ବର୍ଗର ଫାଇନାଲକୁ ଯିବା ପୂର୍ବରୁ ସେମିରେ ତିନିଥର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ସିଂଗାପୁରର ତିଆନଓ୍ଵି ଫେଙ୍ଗଙ୍କୁ ହରାଇଥିଲେ । ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମାଣିକା ଟେବୁଲ ଟେନିସର ତିନୋଟି ଇଭେଣ୍ଟର ଫାଇନାଲରେ ପହଞ୍ଚି ଏକ ବିରଳ ସଫଳତା ହାସଲ କରିଛନ୍ତି । ଶୁକ୍ରବାରଦିନ ସେ ମହିଳା ଡବଲ୍ସରେ ମୌମିତା ଦାସଙ୍କ ସହ ମିଶି ରୌପ୍ୟ ପଦକ ପାଇଥିଲେ । ଏହା ଫଳରେ ସେ ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ପାଇଛନ୍ତି । ରବିବାରଦିନ ସେ ମିକ୍ସଡ ଡବଲ୍ସ ଇଭେଣ୍ଟରେ କାଂସ୍ୟ ପଦକ ପାଇଁ ଲଢିବେ ।