ରାଜ୍ୟପାଳ ଏସ ସି ଜମିର ଙ୍କ କାର୍ଯ୍ୟକାଳ ଶେଷ ଆଜି

0
973
s c jamir
s c jamir
ଭୁବନେଶ୍ୱର  :  ଓଡ଼ିଶା ରାଜ୍ୟପାଳ ଏସ ସି ଜମିର ଙ୍କ ଶେଷ କାର୍ଯ୍ୟକାଳ ଆଜି । ଓଡ଼ିଶା ପୂର୍ବରୁ ସେ ମହାରାଷ୍ଟ୍ର, ଗୁଜରାଟ ଓ ଗୋଆ ଭଳି ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୧୩ ମାର୍ଚ୍ଚ ୨୧ ତାରିଖ ଦିନ ଡଃ ଏସ ସି ଜମିର  ଓଡ଼ିଶାର ଦାୟିତ୍ୱ ନେଇଥିଲେ । ଡଃ ଜମିର ଜଣେ ଅଭିଜ୍ଞ ରାଜନୀତିଜ୍ଞ ।  ଡଃ ଜମିର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରାଜନୈତିକ ଅଭିଜ୍ଞତା ହାସଲ କରିଛନ୍ତି ।  ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ କେବଳ ଶିକ୍ଷା ଓ ଗବେଷଣାକୁ ନେଇ ଚର୍ଚ୍ଚାରେ ରହିବା ଉଚିତ । ରାଜନୀତିର ଛାଇ ପଡ଼ିବା କଥା ନୁହେଁ । ସରକାର ଓ କୁଳପତି ଏହାକୁ ଗୁରୁତ୍ୱ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ବିଧାନସଭାରେ ସରକାର ଏକ ତରଫା ପାରିତ କରିଥିବା ଓଡ଼ିଶା ପୁଲିସ  ବିଲ୍ କୁ ରାଜ୍ୟପାଳ ଜମିର ଫେରାଇ ଦେଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି ବିପିୟୁଟି ସଂଶୋଧନ ବିଲ୍ କୁ ମଧ୍ୟ ଫେରାଇ ଦେଇଥିଲେ ରାଜ୍ୟପାଳ । ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ସମ୍ଭବତଃ ଜମିର ରାଜ୍ୟପାଳ ଭାବେ ଶେଷ ଅଭିଭାଷଣ ଦେବେ ।