ସ୍ଥାନୀୟ ନେତାଙ୍କ କ୍ଷମତା ହ୍ରାସ ପାଇବା ପରେ ପୋଲିସ ଅଧିକ ସକ୍ରିୟ ହୋଇଥାଏ ଏବଂ ସେନାକୁ ମଧ୍ୟ ସହଯୋଗ କରିଥାଏ । ତେବେ ସେନା କାର୍ଡନ ଏଣ୍ଡ୍ ସର୍ଚ୍ଚ (ସିଏଏସ୍ଓ) ଓ ସିକ୍ ଏଣ୍ଡ୍ ଡଷ୍ଟ୍ରୋୟ ଅପରେସନ୍ (ଏସ୍ଏଡିଓ)କୁ ପୁଣି ଲାଗୁ କରିଦେଇଛି । ଗୁଇନ୍ଦା ବିଭାଗ ମଧ୍ୟ ବେଶ୍ ସକ୍ରିୟ ହେବା ନେଇ ସେନା ଆଶାବାଦୀ ରହିଛି ।
ଅନ୍ୟଜଣେ ଅଧିକାରୀ କହିଛନ୍ତି କିଛି ସମ୍ବେଦନଶୀଳ ଅଂଚଳରେ ସମର୍ଥ ବ୍ୟୁରୋକ୍ରାଟସ୍ ଓ ଏସ୍ପି ମାନଙ୍କୁ ନିୟୋଜିତ କରାଯିବ । କାରଣ ଏମାନେ ବିନା କୌଣସି ଚାପରେ ଆତଙ୍କୀଙ୍କ ଗତି ବିଧି ଉପରେ ନିଜର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ସୂଚନା ମୁତାବକ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ-କାଶ୍ମୀର ସୁରକ୍ଷା ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରି ପାରନ୍ତି । ଯଦି ଏମିତି ହୁଏ ତାହା ହେଲେ କେନ୍ଦ୍ର ସରକାରଙ୍କୁ ବହୁତ ସମାଲୋଚନାର ଶୀକାର ହେବାକୁ ପଡ଼ିବ । ରାଜ୍ୟପାଳ ଶାସନ ସମୟରେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବେ । ଅନ୍ୟପକ୍ଷରେ ପଥରଫିଙ୍ଗାଳୀଙ୍କ ବିରୋଧରେ ମଧ୍ୟ ସେନା ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି ।